ସାବଧାନ ! ସାଇଲେଂଟ କିଲର ହାଇ ବ୍ଲଡପ୍ରେସର, ନିୟନ୍ତ୍ରଣ ନକଲେ ମୃତ୍ୟୁ ସୁନିଶ୍ଚିତ
ରକ୍ତଚାପକୁ ସାଇଲେଂଟ କିଲର କୁହାଯାଏ । କାରଣ ରକ୍ତଚାପ ମଣିଷର ଆୟୁଷକୁ କମାଇଦେଇଥାଏ । ଏହାସହ ରକ୍ତଚାପ ହାର୍ଟର ଉଫରେ କୁପ୍ରଭାବ ପାକାଇଥାଏ । ଯଦି ରକ୍ତଚାପ ବଢିଯାଏ ତେବେ ହାର୍ଟକୁ ଅଧିକ କାମ କରିବାକୁ ପଡିଥାଏ । ଏହା ଫଳରେ ହାର୍ଟ ଫେଲ ହେବାର ସମ୍ଭାବନା ଅଧିକ ଥାଏ । କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ରଖିଲେ ରକ୍ତଚାପକୁ ନିୟନ୍ତ୍ରଣ କରିବେ ।
ଉଚ୍ଚ ରକ୍ତଚାପର ଲକ୍ଷଣ
ଯଦି ଅଠର ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଠାରେ ୧୪୦ ମିମିରୁ ଅଧିକ ସିଷ୍ଟୋଲିକ ତଥା ୯୦ ମିମିରୁ ଅଧିକ ଡାୟାଷ୍ଟୋଲିକ ଥାଏ ତେବେ ସେହି ବ୍ୟକ୍ତି ଉଚ୍ଚ ରକ୍ତଚାପ ଶ୍ରେଣୀରେ ଆସିଥାଏ ।
ଉଚ୍ଚ ରକ୍ତଚାପର ମାପିବା ଶୈଳୀ
– ପ୍ରଥମିକ ଅବସ୍ଥାରେ ୨-୩ ମିନିଟ ଅନ୍ତରାଳରେ ତିନି ରକ୍ତଚାପର ମାପ ନେଇ ଏହାକୁ ମପାଯାଇଥାଏ ।
– ବ୍ଲଡ ପ୍ରେସର ଯାଂଚ କରିବାର ଅଧ ଘଂଟା ପୂର୍ବରୁ ଧୂମ୍ରପାନ, ମଦ୍ୟପାନ, ଚା, କଫି କିମ୍ବା ଶରୀରିକ ପରିଶ୍ରମ କରିବା ଅନୁଚିତ ।
– ରୋଗୀ ୫ ମିନିଟ ଶାନ୍ତ ବାତାବରଣରେ ବସିବା ପରେ ରକ୍ତଚାପ ଯାଂଚ କରିବା ଉଚିତ ।
ଉଚ୍ଚ ରକ୍ତଚାପ ସମସ୍ୟାର ଲକ୍ଷଣ
– ଛାତିରେ ଯନ୍ତ୍ରଣା କିମ୍ବା ସହଜ ଅନୁଭବ ନକରିବା ।
– ପ୍ରଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ବାନ୍ତି ଲାଗିବା ।
– କଥାବାର୍ତ୍ତା କରିବାରେ କଷ୍ଟ ଅନୁଭବ କରିବା ।
– ଚାଲିବାରେ କଷ୍ଟ ହେବା ବା ମୁଣ୍ଡ ବୁଲେଇବା ।
– ଶରୀରରେ କୌଣସି ଅଂଶରେ ଦୂର୍ବଳତା ଲାଗିବା ।
ଧ୍ୟାନ ରଖନ୍ତୁ
– ରକ୍ତଚାପକୁ ସମାନ ବ୍ୟବଧାନରେ ଚେକ କରିବା ଆବଶ୍ୟକ ।
– ସବୁଜ ପରିବା ଏବଂ ଫଳ ଖାଇବା ଆବଶ୍ୟକ ।
– ମଧୁମେହକୁ ନିୟନ୍ତ୍ରଣରେ ରଖିବା ସହିତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରନ୍ତୁ ।
– ଡାଏଟ, ଓଜନ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ଉଚିତ ।
– ଲୁଣ କମ ଖାଇବା ସହିତ ମସଲାଯୁକ୍ତ ଖାଦ୍ୟ କମ ଖାଇବା ଉଚିତ ।
– ଆଲକୋହଲ କିମ୍ବା ତମାଖୁ ସେବନଠାରୁ ଦୂରେଇ ରହିବା ଆବଶ୍ୟକ ।
– ଯୋଗ ଏବଂ ଧ୍ୟାନ କରି ଚାପ ମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।
– ସାଧାରଣ ରକ୍ତଚାପ ୧୦୦ରୁ ୭୦ ମଧ୍ୟରେ ରହିଥାଏ । କିନ୍ତୁ ରକ୍ତଚାପ ହୋଇଥିଲେ ଏହାର ସ୍ତର ୧୨୦ରୁ ୯୦ ପର୍ୟ୍ୟନ୍ତ ବୃଦ୍ଧି ହୋଇଥାଏ ।