Only for Entertainment

ସିଲ୍ପାଙ୍କୁ ବଲିଉଡରେ ଲଂଚ କରିବେ ଦବଙ୍ଗ ସଲମାନ ଖାନ, ହେବ ଧମାକାଦାର ଏଂଟ୍ରି ।

bollywood tadka
31

ବଲିଉଡର ଦବଙ୍ଗ ସଲମାନ ଖାନ ସିଲ୍ପାଙ୍କୁ ବଲିଉଡରେ ଲଂଚ କରିବାକୁ ଯାଉଛନ୍ତି । ଲୋକପ୍ରିୟ ଟିଭି ସିରିଅଲ ‘ଭାବିଜୀ ଘର ପର ହୈ’ରେ ସମସ୍ତଙ୍କ ପସନ୍ଦ ହୋଇ ପାରିଥିଲେ ଏହି ଅଭିନେତ୍ରୀ । ଏହାପରେ ପରେ ବିଗବସ ୧୧ରେ ହୋଇଥିଲେ ବିଜୟିନୀ । ଏବେ ଏବେ ନାୟିକା ବଲିଉଡରେ କାମ କରିବାକୁ ଯାଉଛନ୍ତି ।

କୁହାଯାଉଛିଯେ ସଲମାନ ଖାନଙ୍କ ଫିଲ୍ମ ‘ ରାଧା କୁଁ୍ୟ ଗୋରୀ ମେଁ କ୍ୟୁ କାଲା’ରେ ଧମାକାଦାର ଏଂଟ୍ରି କରିବେ ସିଲ୍ପା । ଏହା ହେବ ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ । ଏହି ଫିଲ୍ମରେ ସଳମାନଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିୟା ବନ୍ତୁର ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସିଲ୍ପା କେଉଁ ଚରିତ୍ରରେ ନଜର ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତଥାପି ସିଲ୍ପା ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା କୁହାଯାଉଛି । କୁହାଯାଉଛିଯେ ଏହି ଫିଲ୍ମ ସତ୍ୟ କାହାଣୀ ଉପରେ ଆଧାରିତ । ଏଥିରେ ଜିମ ସେରଗିଲ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରେମ ସୋନି ଏବଂ ଫିଲ୍ମ ୨୦୧୯କୁ ରିଲିଜ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More