Only for Entertainment

ବିଗବସ ୧୨ରେ ହେବ ସିଲ୍ପାଙ୍କ ପ୍ରବେଶ,ଆପଣ ମଧ୍ୟ ଜାଣନ୍ତୁ କାରଣ ।

deccan chronicle
22

ବିଗ ବସ ୧୨ରେ ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଦେଖିବାକୁ ମିଳୁଛି ।ଏହା ନିହାତି ଭାବରେ ସମସ୍ତ ଦର୍ଶକଙ୍କ ମନୋରଂଜନ କରୁଛି । ଯୋଡ଼ି ମାନଙ୍କର ବ୍ରେକ ଅପ ହୋଇଯିବା ପରେ ସମସ୍ତ ପ୍ରତିଯୋଗୀ ନିଜ ଗେମକୁ ଏକା ଏକା ଖେଳୁଛନ୍ତି । ଏହି ମଧ୍ୟରେ ରୋହିତ ଏବଂ ମରାଠୀ ବିଗବସର ବିଜେତା ମେଘାଙ୍କର ୱାଇଲଡ କାର୍ଡ଼ ଏଂଟ୍ରି ମଧ୍ୟ ହୋଇ ସାରିଛି । ଯାହାକୁ ନେଇ ପ୍ରତିଯୋଗୀ ମାନଙ୍କ ମଧ୍ୟରେ କିଛି ଈର୍ଷା ତ କିଛି ଅନସେଫ ଅନୁଭବ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଗତକାଲି ୱିକେଣ୍ଡ କା ବାରରେ ମଧ୍ୟ ସଲମାନ ସେହିଭଳି କିଛି ଘଟଣାକୁ ନେଇ ଶ୍ରୀସନ୍ଥଙ୍କର କ୍ଲାସ ନେଇଛନ୍ତି । କାରଣ ହେଉଛି ଶ୍ରୀ ଖୁବ ଗର୍ବୀ ଏବଂ ଆଟିଟ୍ୟୁଡ ଦେଖାଉଥିବା ଘଟଣା କ୍ୟାମେରାରେ କଏଦ ହୋଇଛି ଏବଂ ସଲମାନ ସେହି ଭିଡ଼ିଓକୁ ଦେଖିବା ସହିତ ଘରର ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଏହାକୁ ପ୍ରମାଣିତ କରିଛନ୍ତି । ତେଣୁ ଗତକାଲି ସଲମାନ ମଧ୍ୟ ଶ୍ରୀଙ୍କର ଖୁବ କ୍ଲାସ ନେଇଛନ୍ତି ।

ପ୍ରତିଥର ଦେଖାଯାଏ ଶୋ’ରେ କେବେ କେବେ ସେଲିବ୍ରେଟୀମାନେ ପ୍ରବେଶ କରି କିଛି କିଛି ନୂଆ ନୂଆ ଟିପ୍ସ ଦେଇଥାନ୍ତି । ଶୋ’ ଆରମ୍ଭର କିଛି ଦିନ ପରେ ବିକାଶ ଗୁପ୍ତା ଏବଂ କରନ ପଟେଲ ମଧ୍ୟ ଶୋ’କୁ ଆସିଥିଲେ ଏବଂ ସମସ୍ତଙ୍କର ବାସ୍ତବିକତାକୁ ଦେଖାଇଥିଲେ । ଖବର ଅନୁସାରେ ଏବେ ବିଗବସ ୧୧ର ବିଜୟିନୀ ସିଲ୍ପା ସିନେ୍ଧ ବିଗବସକୁ ଆସିବେ । ପ୍ରତିଯୋଗୀଙ୍କୁ ଜିତିବା ପାଇଁ କିଛି ଟିପ୍ସ ଦେବେ । ଏହା ମଧ୍ୟ ଶୁଣିବାକୁ ମିଳିଛିଯେ ନିର୍ମାତା ଗେମ ମଧ୍ୟରେ କିଛି ଟ୍ୱିଷ୍ଟ ଆଣିବାକୁ ଚାହୁଁଛନ୍ତି ।ଅବଶ୍ୟ ଘର ଲୋକଙ୍କୁ ଏହି ବିଷୟରେ କିଛି ଜଣା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More