Only for Entertainment

ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ଚାନ୍ଦିର ଅଳଙ୍କାର ।

58

ଚାନ୍ଦିର ମୁଦି କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହା ଦ୍ବାରା ଚନ୍ଦ୍ରମାର ଶୁଭ ପ୍ରଭାବ ମିଳିଥାଏ ଏବଂ ମାନସିକ ସନ୍ତୁଳନ ଠିକ ରହିଥାଏ ।
ଚାନ୍ଦି ଚେନ୍ ଗଳାରେ ଧାରଣ କରିବା ଦ୍ବାରା ବାଣୀ ଶୁଦ୍ଧ ରହିଥାଏ । ଶରୀରର ହରମୋନ୍ସ ସନ୍ତୁଳିତ ରହିବା ସହ ମନରେ ଏକଗ୍ରତା ରହିଥାଏ ।
ଚାନ୍ଦିର କଡା ଧାରଣ କରିବା ଦ୍ବାରା ବାତ, ପିତ୍ତ ଓ କଫ ନିୟନ୍ତ୍ରିତ ରହିଥାଏ । ଚାନ୍ଦି ଗ୍ଲାସ ବା ଗିନାରେ ପାଣି ପିଇବା ଦ୍ବାରା ଥଣ୍ଡା ଓ କାଶ ଆଦି ରୋଗ ହୋଇନଥାଏ ।
ଚାନ୍ଦି ଗିନା ବା ଚାମଚରେ ମହୁ ଖାଇବା ଦ୍ବାରା ଶରୀର ବିଷମୁକ୍ତ ହୋଇଥାଏ ।
ଚାନ୍ଦି ଲୋଟାରେ ପଞ୍ଚାମୃତ(କ୍ଷୀର, ଦହି, ଘିଅ, ମହୁ ଓ ଚିନି) ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ବାରା ଶରୀର ରୋଗ ମୁକ୍ତ ରହିଥାଏ । ମନ ଶାନ୍ତ ରହିବା ସହ ଗ୍ରହର ଅଶୁଭ ପ୍ରଭାବ ପଡି ନଥାଏ ।

ଚାନ୍ଦି ଶୁଦ୍ଧ ହୋଇଥିବା ଆବଶ୍ୟକ ।
ବିଶେଷ ଦଶା ଖଣ୍ଡନ ପାଇଁ ଚାନ୍ଦି ସହ ସୁନା ମିଶ୍ରଣ କରି ପିନ୍ଧନ୍ତୁ ।
ସୁନା ବ୍ୟତୀତ ଚାନ୍ଦିରେ ଅନ୍ୟ କୌଣସି ଧାତୁ ମିଶାଇ ଧାରଣ କରନ୍ତୁ ନାହିଁ ।
ଚାନ୍ଦି ବାସନକୁ ସର୍ବଦା ସଫା ରଖନ୍ତୁ ।
ଭାବନାତ୍ମକ ଲୋକେ ଚାନ୍ଦି ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
କର୍କଟ, ବିଚ୍ଛା ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚାନ୍ଦି ସର୍ବଦା ଉତ୍ତମ ଅଟେ ।
ମେଷ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ଚାନ୍ଦି ବହୁତ ଅନୁକୂଳ ଅଟେ ।
ଅନ୍ୟ ରାଶି ପାଇଁ ଚାନ୍ଦି ସାମାନ୍ୟ ଫଳ ଦେଇଥାଏ ।
କିଛି ବିଶେଷ ଦଶା ପାଇଁ ଜ୍ୟେତିଷବିଦଙ୍କ ପରାମର୍ଶରେ ଏକ ବିଶେଷ ସମୟରେ ପଞ୍ଚଧାତୁ ଓ ଅଷ୍ଟଧାତୁ ମୁଦି ଧାରଣ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More