Only for Entertainment

ଏହି ତିନି ପ୍ରସିଦ୍ଧ ବ୍ୟକ୍ତି କାହିଁକି ନେଉଛନ୍ତି ଦୀପିକାଙ୍କ ଆଶୀର୍ବାଦ ?

aajtak
27

ରଣବୀର ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ ସିମ୍ବା ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଛି । ୧୦ ଦିନରେ ୨୦୦ କୋଟି ପାଖାପାଖି ପହଂଚି ଯାଇଛି ଫିଲ୍ମ । ଗତକାଲି ଏହି ସଫଳତାକୁ ଉତ୍ସବ ଭଳି ପାଳନ କରିଛନ୍ତି ଟିମ । ପାର୍ଟିରେ ରଣବୀର ସିଂ, ଦୀପିକା ପାଦୁକୋନ, କରଣ ଜୋହର,ଅକ୍ଷୟ କୁମାର,ସାରାଙ୍କ ସମେତ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ମଧ୍ୟ ପହଂଚିଥିଲେ ।

ପାର୍ଟିରେ ରଣବୀର ଅମିତାଭ ବଚ୍ଚନଙ୍କ ଚୁମା ଚୁମା ଦେ ଦେ… ଗୀତରେ ଡ୍ୟାନ୍ସ କଲେ । ଏହା ବ୍ୟତୀତ ଅନ୍ୟ କେତେକ ଗୀତରେ ଟିମ ଡ୍ୟାନ୍ସ ମଧ୍ୟ କଲା । ପାର୍ଟିରେ ଖାସ ଅତିଥି ଭାବରେ ପହଂଚିଥିଲେ ଦୀପିକା । ସେ ପାର୍ଟିରେ ପହଂଚିବା ମାତ୍ରେ କରଣ ଜୋହର, ରୋହିତ ସେଟ୍ଟୀ ଏବଂ ରଣବୀର ସିଂ ଦୀପିକାଙ୍କ ଆଶୀର୍ବାଦ ନେଲେ । ତେବେ ପାର୍ଟିର କିଛି ମସ୍ତୀ ଭରା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More