Only for Entertainment

ସଲମାନଙ୍କ ପରେ କପିଲ ଶର୍ମାଙ୍କ ଶୋ’ରେ ଦ୍ୱିତୀୟ ଗେଷ୍ଟ ହେବେ ରଣବୀର ସିଂ ।

DNA India
13

କମେଡି କିଙ୍ଗ କପିଲ ଶର୍ମା ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି । କପିଲଙ୍କ ଫେମ ସ ଶୋ ପୁଣିଥରେ ସୋନିଟିଭମିରେ ଦେଖିବାକୁ ମିଳିବ । କପିଲ ମଧ୍ୟ ଦର୍ଶକଙ୍କୁ ହାଶାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଶୋ’ର ପ୍ରଥମ ଏପିସୋଡରେ ବଲିଉଡ ଦବଙ୍ଗ ଖାନ ଗେଷ୍ଟ ଭାବେ ନଜର ଆସିବେ ବୋଲି ଆମେ ଆପଣଙ୍କୁ କହିଥିଲୁ । ଏହି ଏପିସୋଡର ସୁଟିଂ ମଧ୍ୟ ଶେଷ ହୋଇସାରିଛି । ଖବର ଅନୁସାରେ କପିଲଙ୍କ ଦ୍ୱିତୀୟ ଏପିସୋଡରେ ରଣବୀର ସିଂ ଗେଷ୍ଟ ଭାବେ ନଜର ଆସିବେ ।

ଶୋ’ରେ ରଣବୀର ସିଂ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରେମୋଶନ କରିବେ । ରଣବୀରଙ୍କ ସହିତ ଏହି ଏପିସୋଡରେ ସାରା ଅଲ୍ଲୀ ଖାନ ମଦ୍ୟ ଆସିବାର ସମ୍ଭାବନା ରହିଛି । ଏହି ଏପିସୋଡର ସୁଟିଂ ଶନିବାର କରାଯିବ । ଏହା ସହିତ କପିଲଙ୍କ ଏହି ଶୋ’ରେ ଦୀପିକା ମଧ୍ୟ ଆସିବାର ଖବର ଶୁଣିବାକୁ ମିଳିଛି । ତେବେ ସେ ରଣବୀରଙ୍କ ସହିତ ଆସିବେ କି ଏକା ନଜର ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କପିଲଙ୍କ ବିଷୟରେ କହିବାକୁ ଗଲେ, ସେ ଖୁବ ଶୀଘ୍ର ନିଜର ଲଙ୍ଗ ଲାଇମ ଗର୍ଲଫେଣ୍ଡ ଗିନିଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପରିବାର ସଦସ୍ୟ ଏବଂ ସମ୍ପକୀୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିବାହ ୧୨ ଡିସେମ୍ବରରେ ଜଳନ୍ଧରରେ ଅନୁଷ୍ଠିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More