ପ୍ରସିଦ୍ଧ ଗାୟକ ଅନୁ ମଲ୍ଲିକଙ୍କ ଉପରେ ସେକ୍ସୁଆଲ ହାରାସମେଂଟର ଆରୋପ ଲଗାଇଲେ ଗାୟିକା ସୋନା ମହାପାତ୍ର ।
ବଲିଉଡରେ ସୃଷ୍ଟି ହୋଇଛି ମି ଠୁ କ୍ୟାମ୍ପେନର ଝଡ଼ । ଧୀରେ ଧୀରେ ଗ୍ଲାମର ଇଣ୍ଡଷ୍ଟ୍ରିର ଗୁମର ଖୋଲିବାରେ ଲାଗିଛି । ସାମ୍ନାକୁ ଆସିଛି ଜଣା ଶୁଣା ଏବଂ ଅତି ପରିଚିତ କଳାକାରଙ୍କ ଚେହେରା । ନାନା ପାଟେକରଙ୍କ ଠାରୁ ଆରମ୍ଭ କରି ସଂସ୍କାରୀ ବାବୁଜୀ ଆଲୋକନାଥଙ୍କ ପର୍ଯ୍ୟନ୍ତ ସମସ୍ତେ ଫସିଛନ୍ତି ଏହି ଗ୍ଲାମର ଦୁନିଆର କଳା କାରନାମା ଜାଲରେ । ଏହି ଟ୍ରେଣ୍ଡରେ ଏବେ ଯୋଡ଼ି ହୋଇ ଯାଇଛନ୍ତି ଗାୟକ ଅନୁ ମଲ୍ଲିକ
ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର ଏହି ଅଭିଯୋଗ ଆଣିଛନ୍ତି। ସୋନା କହିଛନ୍ତି, ୨୦୦୬ ଅକ୍ଟୋବରରେ ପ୍ରଥମ ଥର ପାଇଁ ଅନୁ ମଲିକଙ୍କ ସହ ଦେଖାହେବା ପରେ ସେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମୋ ସ୍ବାମୀ ରାମ୍ ସମ୍ପଥଙ୍କ ସାମ୍ନାରେ ମୋତେ ‘ମାଲ୍’ ବୋଲି କହିଥିଲେ। ଏହାପରେ ବାରମ୍ବାର ଫୋନ୍ କରି ମୋତେ ଅସମୟରେ ଅଜଣା ସ୍ଥାନକୁ ଡାକୁଥିଲେ। ଏହାପରେ ମୁଁ ତାଙ୍କ କଲ୍ ଗ୍ରହଣ କରିନଥିଲି। ଗତକାଲି ସୋନା ଗାୟକ କୈଳାସ ଖେର୍ଙ୍କ ବିରୋଧରେ ନିର୍ୟାତନା ଅଭିଯୋଗ ଆଣିଥିଲେ। ସେପଟେ ଆଲୋକ ନାଥଙ୍କ ବିରୋଧରେ ଆଜି ନୂଆ ଅଭିଯୋଗ ଆସିଛି। ଅଭିନେତ୍ରୀ ଦୀପିକା ଅମିନ୍ ଟ୍ବିଟ୍ କରି କହିଛନ୍ତି, ଏକ କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ବେଳେ ବାହାରକୁ ଯିବାକୁ ପଡ଼ିଥିଲା। ଏହି ସମୟରେ ଏକ ହୋଟେଲ୍େର ରହଣି ବେଳେ ଆଲୋକ ମଦ୍ୟପାନ କରି ତାଙ୍କ ରୁମ୍ ମଧ୍ୟକୁ ପଶିଆସିଥିଲେ। କିନ୍ତୁ ଅନ୍ୟମାନଙ୍କ ସହାୟତାରେ ସେ ରକ୍ଷା ପାଇଥିଲେ।
