Only for Entertainment

ସୁଟିଂ ସେଟରେ କୁକୁଡ଼ାକୁ ଦେଖି ଡରିଗଲେ ପ୍ରସିଦ୍ଧ ଗାୟକ ହିମେଶ ।

27

ଲୋକପ୍ରିୟ ଗାୟକ ହିମେଶ ରେଶମିୟା ତାଙ୍କ ଅପକମିଂ ରିଆଲିଟି ଶୋ ‘ସୁପରଷ୍ଟାର ସିଙ୍ଗର’ର ଅଡିସନ ସମୟରେ ନିଜ ମଧ୍ୟରେ ଥିବା ସବୁଠାରୁ ବଡ଼ ଡରର ଖୁଲାସା କରିଛନ୍ତି । ହିମେଶଙ୍କ କହିବା ଅନୁସାରେ ସେ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କୁ ଖୁବ ଡରନ୍ତି । ବାସ୍ତବରେ ସୁପରଷ୍ଟାର ସିଙ୍ଗର’ ଅଡିସନ ସମୟରେ ଯେତେବେଳେ ଜଣେ ପ୍ରତିଯୋଗୀ ହିମେଶଙ୍କ ସହିତ ସେଲ୍ଫି ଉଠାଇବାକୁ କହିଲେ ସେହି ସମୟରେ ତାଙ୍କ ମଧ୍ୟରେ ଥିବା ବଡ଼ ଡର ସାମ୍ନାକୁ ଆସିଲା ।

ଅଡିସନରେ ଜୟପୁରର ଜଣେ ୧୦ ବର୍ଷୀୟ ପ୍ରତିଯୋଗୀ ତାଙ୍କ ବଡ଼ ଭାଇ ଏବଂ ସାଙ୍ଗ ସହିତ ଆସିଥିଲେ । ପ୍ରତିଯୋଗୀ ହିମେଶଙ୍କୁ ଏକ କୁକୁଡ଼ା ଧରିବାକୁ କହିଲେ । ଯାହାପରେ ସାମ୍ନାକୁ ଆସିଲା ହିମେଶଙ୍କ ଡର । ଯେଉଁଠାରେ ସେ କହିଲେଯେ ଜୀବଜନ୍ତୁଙ୍କୁ ଦେଖିଲେ ସେ ଡରିଯାଆନ୍ତି ଏବଂ ଦୂରକୁ ପଳାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More