Only for Entertainment

ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ଫ୍ୟାନ୍ସଙ୍କୁ ମିଳିଲା ବଡ ଉପହାର, ମ୍ୟୁଜିକ ଭିଡିଓରେ ନେହା କକ୍କରଙ୍କ ସହିତ ଫ୍ଲଟ କରୁଥିବାର ନଜର ଆସିଲେ ପ୍ରିୟାଙ୍କ ଶର୍ମା ।

DNA India
66

ସିଙ୍ଗର ଟୋନୀ କକ୍କରଙ୍କ ଲ୍ୟାଟେଷ୍ଟ ସଙ୍ଗ ‘କୁଛ କୁଛ’ ନିକଟରେ ରିଲିଜ ହୋଇଛି । ଟୋନୀଙ୍କ ଏହି ଗୀତରେ ଖୋଦ ଟୋନୀ ନଜର ଆସିବା ସହିତ ନେହା କକ୍କର, ପ୍ରିୟାଙ୍କ ଶର୍ମା ଏବଂ ଅଙ୍ଗିତା ଶର୍ମାଙ୍କୁ ଦେଖିବାକୁ ମିଳିଛି । ଗୀତରେ ସବୁ କଳାକାର ହାଇସ୍କୁଲ ଷ୍ଟୁଡେଣ୍ଟ ଭୂମିକାରେ ନଜର ଆସିଛନ୍ତି । ପ୍ରଥମଥର ପାଇଁ ନେହା ଭାଇ ଟେନୀ କକ୍କରଙ୍କ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ଗୀତରେ ପ୍ରିୟାଙ୍କ ଶର୍ମା, ନେହାଙ୍କ ସହିତ ଫ୍ଲଟ କରୁଥିବାର ଦେଖିବାକୁ ମିଳିଛି । ସେହିପରି ଟୋନୀଙ୍କ ଅପୋଜିଟରେ ଅଙ୍କିତା ନଜର ଆସିଛନ୍ତି ।

ମ୍ୟୁଜିକ ଭିଡିଓ ରିଲିଜ କରିବା ପୂର୍ବରୁ ପ୍ରିୟାଙ୍କ ଏହାର ଏକ ପୋଷ୍ଟର ସେୟାର କରିଥିଲେ । ଏହି ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ୨୦୧୯ର ଭାଲେଣ୍ଟାଇନ ଆନ୍ଥେମ । ଏହି ଗୀତରେ ଟୋନୀ କକ୍କର ଭଏସ ଦେବା ସହିତ ଏହାର ଲିରିକ୍ସ ଏବଂ ମ୍ୟୁଜିକ କମ୍ପୋଜ ମଧ୍ୟ କରିଛନ୍ତି । ଗୀତକୁ ଦୁଇ ଦିନ ମଧ୍ୟରେ ୧୦ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More