Only for Entertainment

ଭଉଣୀ ନେହା କକ୍କର ଏବଂ ସୋନୁ କକ୍କରଙ୍କୁ ନେଇ ବଡ଼ ବୟାନ ଦେଲେ ଟୋନି କକ୍କର ।

ndtv
39

ଗାୟକ ଏବଂ ସଙ୍ଗୀତକାର ଟୋନି କକ୍କର ତାଙ୍କ ଦୁଇ ଭଉଣୀଙ୍କୁ ନେଇ ନିକଟରେ ଏକ ବଡ଼ ବୟାନ ଦେଇଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏକ ଇଂଟରଭ୍ୟୁରେ ଟୋନି କହିଥିଲେଯେ ତାଙ୍କ ଦୁଇ ଭଉଣୀ ନେହା କକ୍କର ଏବଂ ସୋନୁ କକ୍କରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଜୀବନରେ ଉନ୍ନତି ଅବନତି ସମୟରେ କିଭଳି ସେମାନେ ପରସ୍ପରକୁ ସମର୍ଥନ କରିଛନ୍ତି ତାହା ମଧ୍ୟ ସେ ଇଂଟରଭ୍ୟୁରେ ଜଣାଇଛନ୍ତି । ଟୋନିଙ୍କ କହିବା ଅନୁସାରେ ସୋନୁ ଦି ଏବଂ ନେହା ଏବଂ ମୁଁ ଯଦି ଆମେ ତିନୋଟି ଶରୀର ତେବେ ଆମ ଆତ୍ମା ଗୋଟିଏ ଭଳି । ଆମେ ଜଣେ ଅନ୍ୟଜଣକୁ ପ୍ରତିଦ୍ୱନ୍ଦୀ ଭାବରେ ଦେଖି ନଥାଉ । ମୁଁ ଜାଣିଛି ସେ ମୋ ଠାରୁ ଅଧିକ ପ୍ରସିଦ୍ଧ, ଏବଂ ମୋ କ୍ୟାରିଅର ଏବେ ଆରମ୍ଭ ହୋଇଛି । କିନ୍ତୁ ତାଙ୍କ ଲୋକପ୍ରିୟତାକୁ ନେଇ କେବେ ମଧ୍ୟ ଅସୁରକ୍ଷିତ ମନେ କରିନାହିଁ । ମୁଁ ତାଙ୍କ ଲୋକପ୍ରିୟତାକୁ ନେଇ କେବେ ମଧ୍ୟ ଲାଭ ଉଠାଇବାକୁ ଚେଷ୍ଟା କରିନାହିଁ । ଆମେ ପରସ୍ପରକୁ ସବୁବେଳେ ସାହାଯ୍ୟ କରି ଆସିଛୁ ।

ତିନି ଭାଇ ଭଉଣୀଙ୍କ ଜୀବନ ପିଲାଟି ଦିନରୁ ସଙ୍ଗୀତରୁ ଆରମ୍ଭ ହୋଇଛି । ତେବେ ୬ ବର୍ଷ ବୟସରୁ ଟୋନି ଗୀତ ଗାଇବା ଆରମ୍ଭ କରିଥିଲେ । ସୋନୁ ଗୀତ ଲେଖୁଥିଲେ ଏବଂ ନେହା ଏବଂ ସୋନୁ ଗୀତ ଗାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More