Only for Entertainment

ଆପଣ ବ୍ରେକଫାଷ୍ଟରେ ଅବହେଳା କରୁନାହାନ୍ତି ତ? ହୋଇଯାଆନ୍ତୁ ସାବଧାନ ଭୋଗିପାରନ୍ତି ହୃଦଘାତ ଜନିତ ସମସ୍ୟା !

Daily Star
35

ସମସ୍ତେ ଶୀଘ୍ର କାମକୁ ଯିବା ପାଇଁ ସକାଳ ଖାଇବାକୁ ସବୁବେଳେ ସ୍କିପ କରିଦେଇଥାଉ । ସେହିପରି ଡେରି ରାତିରେ ଖାଦ୍ୟ ଖାଉ । ଏଭଳି କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନ ସହ ଖେଳୁଛନ୍ତି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଏଭଳି କରିବା ଦ୍ୱାରା ହୃଦରୋଗର ଆଶଙ୍କା ଦୃତ ଗତିରେ ବଢିଥାଏ । ଯାହାଫଳରେ ଜୀବନ ହାରିବାକୁ ପଡିଥାଏ ।

 

  • ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିର ୟୁରୋପୀୟ ଜର୍ଣ୍ଣାଲ ‘ଦ ଫାଇଣ୍ଡିଙ୍ଗସ୍‌’ରେ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ଯେଉଁ ଲୋକେ ଖାଦ୍ୟ ଖାଇବାର ଭୁଲ୍‌ ପଦ୍ଧତି ଅବଲମ୍ବନ କରୁଛନ୍ତି ଓ ସକାଳ ଜଳଖିଆ ଖାଉ ନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ହୃଦ୍‌ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ। ଏକ ପୁରୁଣା ଗବେଷଣା ମୁତାବକ ସକାଳ ଜଳଖିଆ କରୁ ନ ଥିବା ଲୋକଙ୍କଠାରେ ୨୭ ପ୍ରତିଶତ ହାର୍ଟ ଆଟାକ୍‌ ଆଶଙ୍କା ବଢ଼ିଯାଏ। ସକାଳ ଜଳଖିଆ ନ ଖାଇବା ଫଳରେ ମୋଟାପଣ ବଢ଼ିଥାଏ, ଯାହାଦ୍ବାରା ହୃତ୍‌ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
  • ଯେଉଁ ଲୋକମାନେ ସକାଳ ଜଳଖିଆ ସେବନ କରୁ ନାହାନ୍ତି, ସେମାନଙ୍କୁ ଟାଇପ୍‌ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ। କେବଳ ସେତିକି ନୁହେଁ, ଯେଉଁ ଲୋକମାନେ ସପ୍ତାହରେ ୪ ଦିନ ବ୍ରେକ୍‌ଫାଷ୍ଟ କରୁ ନାହାନ୍ତି, ସେମାନଙ୍କଠାରେ ମଧୁମେହ ହେବା ଆଶଙ୍କା ୫୫ ପ୍ରତିଶତ ବଢ଼ିଯାଏ। ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ବାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ସେବନ କରନ୍ତୁ।
  • ଅଧିକାଂଶ ଲୋକଙ୍କ କହିବାନୁସାରେ ବ୍ରେକ୍‌ଫାଷ୍ଟ ସ୍କିପ୍‌ କରିବା ଫଳରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍‌। ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ବ୍ରେକ୍‌ଫାଷ୍ଟ କରିବା ଦ୍ବାରା ଶରୀରର ଓଜନ ଠିକ୍‌ ରହିଥାଏ। ବ୍ରେକ୍‌ଫାଷ୍ଟ କରୁ ନ ଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ଅଧିକ ଖାଇଥାନ୍ତି। ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ।
  • ସକାଳ ଜଳଖିଆ ନ ଖାଇବା ଫଳରେ ଶରୀରର ମେଟାବଲିଜମ୍‌ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଦୀର୍ଘ ସମୟ ଧରି ଖାଦ୍ୟ ନ ଖାଇବା ଫଳରେ ଶରୀରର କ୍ୟାଲୋରୀ କମ୍‌ ବର୍ଣ୍ଣ ହୋଇଥାଏ, ଯାହା ଫଳରେ ମୋଟାପଣ ବଢ଼ିଯାଏ ଓ ମେଟାବଲିଜମ୍‌ କମିବାରେ ଲାଗେ। ଏହା ବ୍ୟତୀତ ଏହାଦ୍ବାରା ବ୍ଲଡ୍‌ ସୁଗାର ସ୍ତର ମଧ୍ୟ କମ୍‌ ହୋଇଯାଏ।
  • ଦୀର୍ଘ ସମୟ ଧରି ଭୋକରେ ରହିବା ଫଳରେ ଅନେକ ସମୟରେ ରାଗ ଲାଗିଥାଏ। ବ୍ରେକ୍‌ଫାଷ୍ଟ ସ୍କିପ୍‌ କରୁଥିବା ଲୋକଙ୍କ ତୁଳନାରେ ପ୍ରତ୍ୟେକ ଦିନ ବ୍ରେକ୍‌ଫାଷ୍ଟ କରୁଥିବା ଲୋକଙ୍କ ମୁଡ୍‌ ଠିକ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
  • ଗବେଷଣା ଅନୁସାରେ ସକାଳ ଜଳଖିଆ ସେବନ ନ କରିବା ଦ୍ବାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ବ୍ରେକ୍‌ଫାଷ୍ଟ ନ କରିବା ଫଳରେ ମସ୍ତିଷ୍କକୁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକତତ୍ତ୍ବ ଓ ଏନର୍ଜି ମିଳି ନ ଥାଏ। ଯାହାଫଳରେ ମସ୍ତିଷ୍କ ଠିକ୍‌ ଭାବେ କାମ କରି ପାରେ ନାହିଁ। ଏହାଦ୍ବାରା ମଣିଷର ଚିନ୍ତା କରିବାର ଶକ୍ତି ମଧ୍ୟ ହ୍ରାସ ପାଇଥାଏ।
  • ସକାଳ ଜଳଖିଆ ସେବନ ନ କରିବା ଦ୍ବାରା ଆପଣ ଅଧିକ ସମୟ ଖାଲି ପେଟରେ ରହିଥାନ୍ତି। ଏହି ସମୟରେ ଶରୀରର ଗ୍ଲୁକୋଜ ଲେବଲ ବାଲାନ୍ସ କରିବା ଲାଗି କେତେକ ହର୍ମୋନ୍‌ ରିଲିଜ୍‌ ହୋଇଥାଏ, ଯାହାଫଳରେ ରକ୍ତଚାପ ବଢ଼ିଯାଏ। ଯେତେବେଳେ ଏହି ପ୍ରୋସେସ୍‌ ଚାଲିଥାଏ, ମାଇଗ୍ରେନ୍‌ ଆଟାକ୍‌ ମଧ୍ୟ ଆସିପାରେ। ଏହାବ୍ୟତୀତ ଏହାଦ୍ବାରା ଚାପ, ଅବସାଦ ଭଳି ଅନେକ ରୋଗ ଆଶଙ୍କା ବଢ଼ିଯାଏ।
  • ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ସକାଳ ଜଳଖିଆ ନିହାତି ଭାବେ ସେବନ କରନ୍ତୁ। ଖାଦ୍ୟ ଖାଇବାର ଅଭ୍ୟାସରେ ସୁଧାରିବା ଲାଗି ରାତ୍ରିଭୋଜନ ଓ ଶୋଇବା ସମୟ ମଧ୍ୟରେ ଅତିକମ୍‌ରେ ୨ ଘଣ୍ଟା ବ୍ୟବଧାନ ରଖନ୍ତୁ। ସେମାନଙ୍କ କହିବାନୁସାରେ ସକାଳ ଜଳଖିଆରେ ଫ୍ୟାଟ୍‌ ଫ୍ରି କିମ୍ବା ଲୋ ଫ୍ୟାଟ୍‌ କ୍ଷୀର, ଦହି, ପନୀର, ଅଟା, ସେକା ବ୍ରେଡ୍‌, ଶସ୍ୟ ଓ ଫଳ ସାମିଲ୍‌ କରିବା ଉଚିତ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More