Only for Entertainment

ରିଲିଜ ହେଲା ସନି ଦେଓଲ ଏବଂ ପ୍ରୀତି ଜିଂଟାଙ୍କ ସୁପରହିଟ ଗୀତ ସ୍ଲିପି ସ୍ଲିପି ଅଖିୟାଁ

youtube
0 38

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ଭୈୟାଜି ସୁପର୍ହିଟ୍ର ଡାନ୍ସିଂ ନମ୍ବର ‘ସ୍ଲିପି ସ୍ଲିପି ଅଖିୟାଁ’ । ଏହି ଗୀତରେ ପ୍ରିତି ଜିଂଟା ଏବଂ ସନି ଦେଓଲଙ୍କୁ ଏକାଠି ଡାନ୍ସ କରିବାର ଦେଖିବାକୁ ମିଳିଛି । ଅନେକ ଦିନପରେ ଏହି ଯୋଡି ଏକାଠି ନଜର ଆସିଛନ୍ତି । ଏଥିରେ ସ୍ଥାନ ପାଇଛି ପ୍ରୀତି ଜିଂଟାଙ୍କ ଜବରଦସ୍ତ ଡାନ୍ସ ଅନ୍ଦାଜ । ଶାଢିରେ ବେଶ ଗର୍ଜିୟସ ଲାଗୁଛନ୍ିି ଡିମ୍ପଲ ଗର୍ଲ ପୀତି । ବିବାହ ଉତ୍ସବର ମାହୋଲକୁ ଗୀତ ଓ ନାଚରେ ଭରିଦେଇଛନ୍ତି ଉଭୟ ପ୍ରୀତି ଏବଂ ସନ୍ନି । ଏହି ଗୀତରେ କଣ୍ଠଦାନ କରିଛନ୍ତି ଆଶିଷ କୌର ଏବଂ ୟାଶିର ଦେଶାଇ । ଏଥିରେ ସଂଗୀତ ର ଭାର ତୁଲାଇଛନ୍ତି ଜିତ ଗାଙ୍ଗୁଲି । ଏହି ଫିଲ୍ମରେ ବଲିଉଡର ଅନେକ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ଏଥିରେ ଅଭିନେତା ସନି ଦେଓଲ ଜଣେ ଗ୍ୟାଙ୍ଗଷ୍ଟର୍ ଭୈୟାଜି ଭାବେ ନଜର ଆସିଥିବା ବେଳେ ଫିଲ୍ମରେ ସନିଙ୍କ ଅନ୍ସ୍କ୍ରିନ୍ ପତ୍ନୀ ଭାବେ ପ୍ରିତି ଜିଂଟାଙ୍କୁ ଦେଖିବାକୁ ମିଲିବ । ଅନେକ ଦିନର ବ୍ୟବଧାନ ପରେ ବିଗ ସ୍କ୍ରିନକୁ ଫେରୁôଛନ୍ତି ପ୍ରିତି ଜିଂଟା । ପ୍ରୀତିଙ୍କୁ ବାଦ ଦେଲେ ଏଥିରେ ଅଭିନେତା ଅର୍ସଦ ୱାରସି, ଶ୍ରେୟସ ତାଲପଡେ, ସଂଜୟ ମିଶ୍ରା, ବ୍ରିଜେନ୍ଦ୍ର କାଲା, ଜୟଦେବ ଅଲାୱତ୍, ପଂକଜ ତ୍ରିପାଠି, ମୁକୁଲ ଦେବଙ୍କ ସମେତ ଅଭିନେତ୍ରୀ ଅମିଷା ପଟେଲଙ୍କୁ ବି ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More