Only for Entertainment

ଛୋଟ ମିଛ ଆଣିପାରେ ସମ୍ପର୍କରେ ତିକ୍ତତା !

huffingtonpost
0 63

ଆପଣ ଛୁଆ ବେଳରୁ ଶୁଣି ଆସୁଥିବେ ଯେ ମିଛ କହିବା ମହାପାପ ଅଟେ କିନ୍ତୁ ଆପଣ ଦିନରେ ଅନେକ ଥର ମିଛ କହିଥାଆନ୍ତି । କିଛି ବାହାର ବ୍ୟକ୍ତିଙ୍କୁ ତ କିଛି ନିଜ ଲୋକଙ୍କୁ ମିଛ କହି ଥାଆନ୍ତି । ମାତ୍ର ବେଳେ ବେଳେ ଆପଣଙ୍କ ଛୋଟ ଛୋଟ ମିଛ ଆପଣଙ୍କ ସମ୍ପର୍କରେ ବିଚ୍ଛେଦ ଆଣିଥାଏ, ଜାଣନ୍ତୁ କିପରି – ଯଦି ଆପଣ ଆପଣଙ୍କ ପାର୍ଟନରକୁ ମିଛ କହିଛନ୍ତି ମାତ୍ର ଏହି ମିଛ ପର ମୂହୂର୍ତ୍ତରେ ଧରା ପଡିଗଲେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିଥାଏ । କେବଳ ଏତିକି ନୁହେଁ ଆପଣଙ୍କ ପାର୍ଟନରର ଆପଣଙ୍କ ଉପରୁ ଭରସା ଉଠି ଯାଇଥାଏ, ଯାହାଦ୍ୱାରା ଆପଣଙ୍କ ପ୍ରେମରେ ଦୂରତା ଆସି ଯାଇଥାଏ ।

ସେହିଭଳି ଏପରି ଅନେକ କଥା ଅଛି ଯାହା ଚାହିଁଲେ ମଧ୍ୟ ପାର୍ଟନର ସହ ସେୟାର କରିବା କଷ୍ଟକର ହୋଇପଡିଥାଏ । ତେଣୁ ଆପଣ ମିଛ ନକହି ସେ ସମୟରେ ବରଂ ଚୁପ ରହିଯିବା ଉଚିତ ଅଟେ । ନଚେତ ପାର୍ଟନର ସମସ୍ତ କଥା ସତ କହିଦେବା ଉଚିତ ।
କେବଳ ଏତିକି ନୁହେଁ ଅନେକ ସମୟରେ ଦେଖାଯାଏ ଯେ କିଛି ପାର୍ଟନର ଥରେ ମିଛ କହିଲା ପରେ ଯଦି ମିଛ ଧରା ନ ପଡେ ତେବେ ସେ ବାରମ୍ବାର ନିଜ ପାର୍ଟନର ମିଛ କହିବାରେ ଲାଗନ୍ତି । ଏଭଳି କରୁ କରୁ ଯଦି ଆପଣଙ୍କ ଏହି ମିଛ ସମ୍ବନ୍ଧରେ ଜଣା ପଡିଯାଏ ତେବେ ଆପଣ ଏଥିରୁ ଅନୁମାନ କରି ପାରୁଥିବେ ଆଗକୁ କେଉଁ ଧରଣର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More