Only for Entertainment

ରୁମରେ ଶିମ୍ପାଜୀ ଝାଡୁ ଲଗାଉଥିବାର ଆସିଲା ନଜର, ଏହିଭଳି ଧୋଇଲା କପଡା, ଦେଖନ୍ତୁ ଭିଡିଓ !

74

ଚୀନର ଶେନୟାଙ୍ଗ ସହରରେ ଏକ ଚିଡିଆଖାନରେ ଶିମ୍ପାଜୀ କିଛି ଏଭଳି କରିଛି ଯାହା ଦେଖି ସମସ୍ତେ ଅବାକ ହୋଇଯାଇଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଅସଲରେ ଭିଡିଓରେ ଦେଖିବାକୁ ମିଳିଛି ଯେ ଶିମ୍ପାଜୀ ଘର ଝାଡୁ କରୁଥିବାର ନଜର ଆସିଛି । ଚିଡିଆଖାନାର ଅଧିକାରୀ କହିଛନ୍ତି ଯେ , ସେ ହସେହି ଶିମ୍ପାଜୀକୁ ଝାଡୁ ମାରିବାର ଦେଖିଥିଲେ । ଶିମ୍ପାଜୀଟି ଘର ଘରର ସବୁ କୋଣ ସଫା କରିବାର ନଜର ଆସିଥିଲା ।

ଏକ ରୁମରେ ତାଙ୍କୁ ଜାଣିଶୁଣି ରଖାଯାଇଥିଲା, ଯେଉଁଥିରେ ଅନେକ ପତ୍ର ପଡିଥିଲା । ତାକୁ ସେହି ରୁମରେ ରଖିବାର କାରଣ ଥିଲା ଯେ ତାଙ୍କୁ ଏତେ ପତ୍ର ଭିତରେ ଲାଗୁ ସେ ଜଙ୍ଗଲରେ ଅଛି ଏବଂ ପତ୍ର ଭିତରେ ରହିଲେ ଜୀବମାନଙ୍କ ଶରୀର ଦୁଗର୍ନ୍ଧ ହୋଇନଥାଏ ।

ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୯୧ହଜାର ଭ୍ୟୁ ମିଳିସାରିଲାଣି ଏବଂ ଇନଷ୍ଟାଗ୍ରାମରେ ୨୧ହଜାର ଭ୍ୟୁ । ଦେଖନ୍ତୁ ଭିଡିଓ-

ଅଧିକାରୀଙ୍କ କହିବା ମୁତାବକ ୧୮ବର୍ଷର ଶିମ୍ପାଜୀର ଆଇକ୍ୟୁ ୪ବର୍ଷ ବୟସର ପିଲା ସହ ବରାବର ଅଟେ । କେବଳ ସେତିକି ନୁହେଁ ସେ ନକଲ ମଧ୍ୟ କରିପାରେ । ଯେତେବେଳେ ବି କେହି ତାକୁ ଦେଖିବାକୁ ଯାଆନ୍ତି , ସେ ସେହି ବ୍ୟକ୍ତିର ନକଲ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More