Only for Entertainment

ସ୍ୱାସ୍ଥ୍ୟ ଓ ସୈାନ୍ଦର୍ୟ୍ୟ ପାଇଁ ହସ’ର ଭୂମିକା କେତେ ଜରୁରୀ ! ଆସନ୍ତୁ ଜାଣିବା

youtube
0 50

ହସ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଯାହା ଶରୀରକୁ ସୁସ୍ଥ ରଖିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯାହା ଦ୍ୱାରା ସ୍ୱାସ୍ଥ୍ୟରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ହସର ଉପକାରୀତା ।

୧- ଚିନ୍ତା ମନୁଷ୍ୟର ବଡ ଶତ୍ରୁ ଅଟେ । ଏହି ଚିନ୍ତାରୁ ମୁକ୍ତି ପାଇବା ପାଇଁ ହସର ଭୂମିକା ବହୁତ ଜରୁରୀ ଅଟେ ।
୨- ମନୁଷ୍ୟ ହସିବା ଦ୍ୱାରା ମନ, ଏବଂ ଶରୀର ଉଭୟ ସୁସ୍ଥ ରହିଥାଏ ।
୩- ନାରୀର ସବୁଠାରୁ ବଡ ଭୂଷଣ ବୋଲି ହସକୁ କୁହାଯାଏ । ହସିବା ଦ୍ୱାରା ନାରୀର ସୈାନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ ।

୪- ନିଜେ ହସାନ୍ତୁ, ଏବଂ ଅନ୍ୟମାନଙ୍କୁ ହସାନ୍ତୁ ହସ, ମନୁଷ୍ୟକୁ ଚିନ୍ତାମୁକ୍ତ କରିଥାଏ ।
୫- ହସିବା ମନୁଷ୍ୟର ଏକ କଳା ଅଟେ । ମାନସିକ ରୋଗୀ ମାନେ ମୁକ୍ତ ହସ ଦ୍ୱାରା ଭଲ ହୋଇଥାନ୍ତି ।
୬- ଖୋଲା ହସ ହସିବା ଦ୍ୱାରା ଦେହର ମାଂସପେଶୀ ଗୁଡିକ ଚିନ୍ତାମୁକ୍ତ ହୋଇଥାଏ । ମନୁଷ୍ୟ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିଥାଏ ।

୭- ଜୋର ଜୋରରେ ହସିବା ଦ୍ୱାର, ମନ ପ୍ରଫୁଲ୍ଲ ରହିଥାଏ, ଯାହାଦ୍ୱାରା କି ହୃଦୟକୁ ଠିକ୍ ପରିମାଣରେ ଅମ୍ଲଜାନ ମିଳିଥାଏ, ଓ ମନ ପ୍ରସନ୍ନ ମଧ୍ୟ ରହିଥାଏ ।
୮- ଶରୀର ଦୁର୍ବଳ ହେଇଗଲେ ଆମେ ଯେମିତି ଟନିକ୍ ବ୍ୟବହାର କରିଥାଉ ସେମିତି ହସ ମଧ୍ୟ ଶରୀରର ଟନିକ୍ ଭାବରେ କାମ କରିଥାଏ ।

୯- ହସିହସି କଥା କହୁଥିବା ଲୋକ ସମସ୍ତଙ୍କର ପ୍ରିୟଭାଜନ ହୋଇଥାନ୍ତି ।
୧୦- ଗୋଟିଏ କଥା ଦୃଷ୍ଟିରେ ରଖିବା କଥା ଯେ, ଆମେ ଅର୍ଥହୀନ ଭାବରେ ସବୁବେଳେ ନ’ହସି, ଶାଳୀନତା ରଖି ହସିବା ଉଚିତ୍ ।
୧୧- ଖୋଲାମନରେ ହସନ୍ତୁ, ହସିବାରେ କୃପଣତା ରଖନ୍ତୁ ନାହିଁ ।
୧୨- ହସିବା ମନୁଷ୍ୟର ଏକ ବଡ ଗୁଣ ଅଟେ ।
୧୩- ନିଜେ ହସାନ୍ତୁ,ଏବଂ ଅନ୍ୟମାନଙ୍କୁ ମଧ୍ୟ ହସାନ୍ତୁ । ଏହାଦ୍ୱାରା ଶରୀର ମଧ୍ୟ ନିରୋଗ ରହିବ ।
୧୪- କଥାର ଗାଢତା,ଏବଂ ଗୁରୁତ୍ୱକୁ ବୁଝି ସବୁବେଳେ ହସିବା ପାଇଁ ଚେଷ୍ଟା କରିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More