Only for Entertainment

ଛାଡ଼ପତ୍ର ପରେ ଧୂମ୍ରପାନ ଏବଂ ବ୍ୟାୟାମର ଅଭାବ ଶୀଘ୍ର ମୃତ୍ୟୁର କାରଣ ହୋଇପାରେ:ଗବେଷଣା ।

ANI
23

ଏକ ଗବେଷଣାରୁ ଜଣାପଡ଼ିଛିଯେ ବ୍ୟକ୍ତିର ଛାଡ଼ପତ୍ର ହେବା ପରେ କିଛି ଅଭ୍ୟାସ ଶୀଘ୍ର ମୃତ୍ୟୁ ଆଡ଼କୁ ଟାଣିନିଏ । ଆରିଜୋନା ବିଶ୍ୱ ବିଦ୍ୟାଳୟରରେ ହୋଇଥିବା ଏକ ଷ୍ଟଡି ଅନୁସାରେ ଛାଡ଼ପତ୍ର ପରେ ସ୍ୱାସ୍ଥ୍ୟର ହାନୀ ଘଟେ ଏବଂ ବିଭିନ୍ନ ସମସ୍ୟା ଦେଖାଦିଏ । ଯଦିଓ ଏହା ରିସର୍ଚରୁ ଜଣାପଡ଼ିଛି ତଥାପି ଏହାର କାରଣ ଭଲ ଭାବରେ ଜଣାପଡ଼ି ନାହିଁ ।

ଷ୍ଟଡି ଦୁଇଟି ଦିଗକୁ ଦୃଷ୍ଟିନିକ୍ଷେପ କରିଛି । ଯେଉଁଥିରେ କୁହାଯାଇଛିଯେ ଛାଡ଼ପତ୍ର ପରେ ସ୍ମୋକିଂ କରିବା ଏବଂ ବ୍ୟାୟାମ ନକରିବା ଦ୍ୱାରା ମୃତ୍ୟୁ ଶୀଘ୍ର ଆସିଥାଏ । ହୋଇଥିବା ଗବେଷଣା ଅନୁସାରେ ବିବାହ ପରର୍ତ୍ତୀ ସମୟ ଏବଂ ମୃତ୍ୟୁହାର ମଧ୍ୟରେ ଥିବା କାରଣର ଫାଙ୍କା ସ୍ଥାନକୁ ଆମେ ପୂରଣ କରିବାକୁ ଚାହୁଁଛୁ ।

ଛାଡ଼ପତ୍ର ପରେ ଅଧିକାଂଶ ସ୍ମୋକିଂ ସହିତ ଯଡ଼ିତ ହୋଇଯାଆନ୍ତି ଏବଂ ବ୍ୟବହାରରେ ପରିବର୍ତ୍ତନ ଆସିଯାଏ, ଏହା ସହିତ ନିଜର ଧ୍ୟାନ ନେବା ମଧ୍ୟ ଭୁଲିଯାଆନ୍ତି । ଏହା ଉଭୟ ମନ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଏହି ଗବେଷଣା ୫୭୮୬ ଜଣ ବ୍ୟକ୍ତିଙ୍କୁ ନେଇ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୯୨୬ ଜଣ ପୁନର୍ବାର ବିବାହ କରିନାହାଁନ୍ତି । ଅନ୍ୟମାନେ ବିବାହ କରିଦେଲେ ।

ପ୍ରତିଯୋଗୀମାନଙ୍କ ମଧ୍ୟରେ ୪୬ ପ୍ରତିଶତଙ୍କର ମୃତ୍ୟୁ ହୋଇଗଲା । ଯାହାର କାରଣ ହେଉଛି ବ୍ୟାୟାମର ଅଭାବ ଏବଂ ସ୍ମୋକିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More