Only for Entertainment

ରିଲିଜ ହେଲା ଆଗାମୀ ସସପେନ୍ସ – ଥ୍ରୀଲର୍ ଫିଲ୍ମ ‘ବାଏ ପାସ୍’ର ପ୍ରଥମ ଗୀତ, ଦେଖନ୍ତୁ

insta pic of neilnitin mukesh
24

‘ସାହୋ’ର ସଫଳତା ପରେ ଅଭିନେତା ନୀଲ୍ ନିତିନ୍ ମୁକେଶ ପୁଣି ଏକ ଦମଦାର୍ ଚରିତ୍ର ସହ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ବାଏ ପାସ୍’ । ଏକ ସସ୍ପେନ୍ସ – ଥ୍ରୀଲର୍ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ୮୦ଦଶକର ସୁପରହିଟ୍ ଟ୍ରାକ୍ ‘ସୋ ଗୟା ୟେ ଜାହାଁ’କୁ ରିକ୍ରିଏଟ୍ କରିଛନ୍ତି ମେକର୍ । ଏଥିରେ ଫିଲ୍ମର ଲିଡ୍ ନୀଲ୍ ନିତିନ୍ ମୁକେଶ ଓ ଅଦା ଖାନଙ୍କୁ ଦେଖିବାକୁ ମିଳିଛି ।

ଏହି ରିକ୍ରିଏଟ୍ ଗୀତରେ କଣ୍ଠଦାନ କରିଛନ୍ତି ନିତିନ୍ ମୁକେଶ, ଜୁବିନ୍ ନୌତିଆଲ୍ ଓ ସଲୋନି ଠାକୁର୍ । ଆଉ ଏହି ନୂଆ ଭର୍ସନ୍ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜ୍ ଆଶୁ । ଏକ ସସ୍ପେନ୍ସ ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର ଟି । ଫିଲ୍ମରେ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାରଙ୍କୁ ଅନ୍ୟାନ୍ନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଏହି ସିନେମାରେ । ନିଲ୍ ନିତିନ୍ ମୁକେଶଙ୍କ କାହାଣୀ, ସ୍କ୍ରିନପ୍ଲେ ଓ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନମନ ନିତିନ୍ ମୁକେଶ । ୧ ନଭେମ୍ବରରେ ପରଦାକୁ ଆଶିବ ଏହି ଚଳଚ୍ଚିତ୍ର ବାଏ ପାସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More