Only for Entertainment

ଆଫଗାନ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ , ଜାଣନ୍ତୁ ଏହାର କାରଣ ।

panjab kesari
0 45

ମା’ଙ୍କ ସ୍ଥାନ ଦୁନିଆର ସବୁବେଳେ ଉଚ୍ଚ ସ୍ଥାନରେ ରଖାଯାଇଥାଏ । ମାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ । ମା ସବୁ ସମୟରେ ତା ପିଲାର ଯତ୍ନ ନେଇଥାଏ ଏବଂ ପିଲାକୁ ନେଇ ସବୁବେଳେ ଚିନ୍ତିତ ଥାଏ ।

ମା’ଙ୍କ ମମତାର ସନ୍ଦେଶ ଦେବା ଲାଗି କିଛି ଦିନ ହେବ ସୋସିଆଲ ମିଡିଆରେ ଏଭଳି କିଛି ପଟୋ ଭାଇରାଲ ହୋଇଛି ଯେଉଁଥିରେ ଏକ ଆଫଗାନୀ ମହିଳା ନିଜ କୋଳରେ ଶିଶୁକୁ ଧରି ୟୁନିଭର୍ସିଟିରେ ପରୀକ୍ଷା ଦେଉଛନ୍ତି ।

16_24_010845428rt-ll

ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ଆଫଗାନିସ୍ତାନର ଡେକୁଣ୍ଡି ପ୍ରାନ୍ତର ଅଟେ । ଏହି ମହିଳା ଜଣକ ହେଉଛନ୍ତି ଜହାଁତାବ । ବୟସ ତାଙ୍କର ୨୫ବର୍ଷ । ସେ ତାଙ୍କ ଶିଶୁକୁ ପାଳିବା ସହ ୟୁନିଭର୍ସିଟି ପରୀକ୍ଷାରେ ଦେଉଛନ୍ତି ।

ତାବ ନଲ୍ଲୀ ସହରରେ ନାସିରଖୋସରୋ ହାଇ÷ର ଏକ୍ସୁକେସନ ଇ୍ଷ୍ଟିଟ୍ୟୁଟରେ ସାମାଜିକ ବିଜ୍ଞାନ ପାଇଁ ପରୀକ୍ଷା ଦେଉଛନ୍ତି ଏହି ମହିଳା । ତାଙ୍କ ଶିଶୁ ମଝିରେ ମଝିରେ କାନ୍ଦିବାରୁ ସେ ତାକୁ ବୁଛାଇ ଦେଉଥାଆନ୍ତି । ଏହି ଦେଖି ସେଠାରେ ଥିବା ଅଧ୍ୟକ୍ଷ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ମହିଳାଙ୍କ ଶିଶୁ କେବଳ ଦୁଇ ମାସର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More