Only for Entertainment

ବଦଳିଯାଇଛି ରାସ୍ତା କଡ଼ରେ ଗୀତ ଗାଉଥିବା ମହିଳାଙ୍କ ଚେହେରା, ଦେଖିଲେ ଆପଣ ମଧ୍ୟ ଚିହ୍ନିପାରିବେ ନାହିଁ!

punjabkesari
1,254

ଆଜିକାଲି ସୋସିଆଲ ମିଡିଆରେ କୌଣସି ଭିଡ଼ିଓ ଭାଇରାଲ ହେବାକୁ ସମୟ ଲାଗୁନି । ଯେ କୌଣସି ବ୍ୟକ୍ତିଙ୍କର ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଏହା ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଥିରେ କେହି ମଧ୍ୟ ସିଧାସଳଖ ଷ୍ଟାର ହୋଇ ପାରୁଛନ୍ତି । ନିକଟରେ ଜଣେ ମହିଳାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହା ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ଭିଡ଼ିଓରେ ମହିଳା ଜଣଙ୍କ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା । ମହିଳାଙ୍କ ନାମ ରାନୁ ଓ ସେ ପଶ୍ଟିମବଙ୍ଗର ଅଧିବାସୀ । କେତେବେଳେ ଷ୍ଟେସନ ପାଶ୍ୱର୍ରେ ତ କେତେବେଳେ ରାସ୍ତା କଡ଼ରେ ଗୀତ ଗାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ଏହି ମହିଳା ।


ବର୍ତ୍ତମାନ ରାନୁଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ କିଛି ଲୋକ ରାନୁଙ୍କୁ ମେକଓଭର କରିଛନ୍ତି । ମେକଓଭର ପରେ ତାଙ୍କ ଲୁକରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି । ନୂଆ ଲୁକରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ତାଙ୍କର ଏହି ନୂଆ ଲୁକର ମେକଓଭର ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More