Only for Entertainment

ପୂର୍ବ ପାକିସ୍ତାନୀ କ୍ରିକେଟର ସୋଏବଙ୍କ ଭିଡ଼ିଓ ଦେଖିଲେ ରାଗିଯିବେ ସୈଫ-କରୀନା ।

YouTube
53

 ବେବୋ ବା କରୀନା କପୂର ଏବଂ ସୈଫ ଅଲିଙ୍କ ପୁଅ ତୈମୁର ସୋସିଆଲ ମିଡିଆର ରାଜା । ସବୁବେଳେ ଲାଇମଲାଇଟରେ ତୈମୁରଙ୍କ ଚର୍ଚ୍ଚା ଚାଲିଥାଏ । ନିଜର କ୍ୟୁଟନେସ ଅନ୍ଦାଜ ପାଇଁ ତୈମୁର ଦର୍ଶକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେଣୁ ତୈମୁରଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଯଥେଷ୍ଟ ଅଧିକ । ଅବଶ୍ୟ ତୈମୁରଙ୍କ କ୍ୟୁଟନେସ ଦର୍ଶକଙ୍କୁ ଆକର୍ଷିତ କରେ । ତେଣୁ ତେମୁରଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ ଉତ୍ସାହିତ ହୋଇ ରହିଥାନ୍ତି । କିନ୍ତୁ ନିକଟରେ ପୂର୍ବ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ଯେଉଁଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହାକୁ ଶୁଣିବା ପରେ ଫ୍ୟାନ୍ସଙ୍କ ହୃଦୟ ତ ଭାଙ୍ଗିଯିବ ଏବଂ ତୈମୁରଙ୍କ ମା କରୀନା ମଧ୍ୟ ରାଗି ଯାଇପାରନ୍ତି ।

 

ସୋଏବ୍‌ ଅଖତର ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ପୁଅ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଭିଡିଓରେ ସେ କିଛି ବିବାଦୀୟ କଥା ମଧ୍ୟ କହିଥିଲେ । ଖୁସି ଖବର ଦେଇ ମଧ୍ୟ ନିଜ ପୁଅର ଫଟୋ ସେୟାର କରି ନଥିଲେ ସୋଏବ୍‌ । ଏହାର କାରଣ ଜଣାଇ ମୁଁ ଫଟୋ ସେୟାର କରିବି ନାହିଁ । କାରଣ ମୁଁ ଚାହେଁନି ମୋ ପୁଅ ତୈମୁରଙ୍କ ଭଳି ଲାଇମ୍‌ଲାଇଟକୁ ଆସୁ । ଗୁରୁବାର ସୋଏବ୍‌ ବାପା ବନିଥିବା ବେଳେ ମା’ ଏବଂ ଶିଶୁ ଦୁହେଁ ସୁସ୍ଥ ରହିଛନ୍ତି ।

 

ଭିଡିଓରେ ସେ ତୈମୁରଙ୍କ ଭଳି ନିଜ ପୁଅକୁ ଲାଇମ୍‌ଲାଇଟ୍‌କୁ ଆଣିବାକୁ ଚାହୁଁ ନଥିବା କହିବା ସହ ନିଜ ପୁଅର ନାଁ କ’ଣ ରଖିବେ ସେ ନେଇ ଦ୍ୱନ୍ଦରେ ଥିବା କହିଥିଲେ । ଏହା ସହ ନିଜ ପତ୍ନୀ ଏବଂ ପୁଅର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିବାକୁ ଭିଡିଓ ଜରିଆରେ କହିଥିଲେ ସୋଏବ୍‌ । ତେବେ ସୋଏବ୍‌ଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କୁ ତାଙ୍କ କଥା ପସନ୍ଦ ଆସି ନ ଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More