Only for Entertainment

ସୋନାଲୀ ବେନ୍ଦ୍ରେଙ୍କୁ ଅପହରଣ କରିଥାନ୍ତେ ସୋଏବ ଅଖତାର । ପାକିସ୍ତାନୀ କ୍ରିକେଟର କାହିଁକି କରିଥିଲେ ଏପରି ଯୋଜନା ?

kanak news
0 40

ବଲିଉଡ ଅଭିନେତ୍ରୀ ଓ କ୍ରିକେଟ ଖେଳାଳିଙ୍କ ପ୍ରେମ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ନିକଟରେ ଇଣ୍ଡିଆ ଟିମ କ୍ୟାପଟେନ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁସ୍କା ଶର୍ମା ବିବାହ କରିଥିଲା ବେଳେ ପୂର୍ବରୁ ଜାହିର ଖାନ ଓ ଅଭିନେତ୍ରୀ ସାଗରିକା ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି । ଏମାନଙ୍କ ପୂର୍ବରୁ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଓ ହେଜେଲ କିଚଙ୍କ ଅଫେୟାରକୁ ଚର୍ଚ୍ଚା ହୋଇଥିଲା । ଏ ଦୁହିଁଙ୍କୁ ଅନେକ କାର୍ୟ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା । ତେବେ ଗତବର୍ଷ ଏହି ପ୍ରେମୀଯୁଗଳ ବି ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଏବେ ବେଶ ଖୁସିରେ ଅଛନ୍ତି ବୋଲି ଶୁଣାଯାଉଛି । କିନ୍ତୁ ବର୍ତ୍ତମାନ ବଲିଉଡର ପୂର୍ବତନ ଅଭିନେତ୍ରୀ ସୋନାଲି ବେନ୍ଦ୍ରାକୁ ନେଇ ଏକ ଖବର ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଛି ।

ପାକିସ୍ତାନର ଅନେକ ଖେଳାଳି ମଧ୍ୟ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡି ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଖେଳାଳି ସୋଏବ ଅଖତରଙ୍କୁ ଦୁନିଆର ସ୍ପିଡବୋଲର କୁହାଯାଏ । କିନ୍ତୁ ଏହି ପ୍ରସିଦ୍ଧ ବୋଲର ବଲିଉଡ ଅମିନେତ୍ରୀ ସୋନାଲି ବେନ୍ଦ୍ରାଙ୍କୁ ଭଲପାଇ ବସିଥିଲେ । ସେହି ସମୟରେ ସୋନାଲି ଓ ସୋଏବ ପ୍ରେମ ସଂପର୍କକୁ ନେଇ ବି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା ।

ମିଳିଥିବା ସୂଚନା ଅନୁସାରେ ସୋଏବ ଅଖତର ସୋନାଲିକୁ ବହୁତ ପସନ୍ଦ କରୁଥିଲେ । ଯେଉଁଥିପାଇଁ ସୋଏବ ସୋନାଲିଙ୍କ ଫଟୋ ତାଙ୍କ ପର୍ସରେ ରଖି ବୁଲୁଥିଲେ । ଏଥିପାଇଁ ସାଙ୍ଗସାଥିମାନେ ସୋଏବକୁ ଚିଡାଉଥିଲେ ବି ସୋଏବ ତାଙ୍କ କଥାକୁ ଖାତିର କରୁନଥିଲେ ।

ଏକ ସାକ୍ଷାତକାରରେ ସୋଏବ କହିଥିଲେ, ସୋନାଲିକୁ ସେ ବହୁତ ପସନ୍ଦ କରନ୍ତି । ଯଦି ସୋନାଲି ତାଙ୍କ ପ୍ରପୋଜାଲକୁ ସ୍ୱୀକାର ନକରନ୍ତି, ତେବେ ତାଙ୍କୁ କିଡନାପ କରିନେବେ ବୋଲି ବୋଲର ସୋଏବ କହିଥିଲେ । ଭାରତ ଓ ପାକିସ୍ତାନ ସିରିଜ ଖେଳ ସମୟରେ ଏ ଦୁହିଁଙ୍କ ଦେଖା ବି ହୋଇଥିଲା । କିନ୍ତୁ ସୋଏବ ସୋନାଲିକୁ ପସନ୍ଦ କରୁଥିଲେ ବି ସୋନାଲି କେବେ ସୋଏବକୁ ନେଇ ଏଭଳି କିଛି ଅନୁଭବ କରିନଥିଲେ ।

କିନ୍ତୁ ବର୍ତ୍ତମାନ ଦୁଇ ଜଣ ବିବାହ କରିସାରିଛନ୍ତି । ନିର୍ଦ୍ଦେଶକ ଗୋଲ୍ଡ ବହଲଙ୍କୁ ୨୦୦୨ ମସିହାରେ ସୋନାଲି ବିବାହ କରିଥିଲା ବେଳେ ୨୦୧୪ରେ ସୋଏବ ଜଣେ ପାକିସ୍ତାନି ଯୁବତୀଙ୍କୁ ବିବାହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More