Only for Entertainment

ପତି-ପତ୍ନୀ ସାବଧାନ ! ଅବେଳରେ ସମ୍ଭୋଗ ପଡିପାରେ ମହଙ୍ଗା

psychologytoday
0 152

ହିନ୍ଦୁ ଶାସ୍ତ୍ରରେ ମଣିଷର ଜୀବନ ସହ ଅନେକ ରହସ୍ୟ ଯୋଡି ହୋଇ ରହିଛି । ଜନ୍ମରୁ ମୃତ୍ୟୁ ଯାଏ ଅନେକ ନିତି ନିୟମରେ ବନ୍ଧା ମଣିଷର ଦୈନିକ ଜୀବନ ଓ ସାମାଜିକ ଚଳନୀ । ଏସବୁ ହିନ୍ଦୁ ଶାସ୍ତ୍ର ଓ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ ।

ପତି-ପତ୍ନୀର ସଂପର୍କ ଏକ ଅପୂର୍ବ ସଂପର୍କ । ଗର୍ଭ ଉପନିଷଦରେ ସ୍ତ୍ରୀ-ପୁରୁଷ ସମ୍ବନ୍ଧକୁ ନେଇ ଅନେକ ତଥ୍ୟ ଓ ନିୟମ ରହିଛି । ମା’ର ଗର୍ଭରେ ଶିଶୁ ବିକଶିତ ହୁଏ । ପରେ ୯ମାସ ଗର୍ଭରେ ରହି ଜନ୍ମ ହୁଏ । ଏହି ସମୟ ଭିତରେ ଶିଶୁଟି ମା’ଗର୍ଭରେ କଣ କରେ ଓ କଣ ଭାବେ। ଏହା ଗର୍ଭ ଉପନିଷଦରେ ବର୍ଣ୍ଣିତ ହୋଇଛି ।

ଗର୍ଭ ଉପନିଷଦରେ ମଧ୍ୟ କୁହାଯାଇଛି ପତି-ପତ୍ନୀର ଶାରୀରିକ ସଂପର୍କରେ ସଠିକ ସମୟର ଓ ଦିନର ଭାଗ ମାପ ନରହିଲେ ଏହି ଶିଶୁ କିନ୍ନର ହୋଇ ଜନ୍ମ ନେଇଥାଏ । ଗର୍ଭସଂସ୍କାରରେ କିଛି ନିର୍ଦେଶ ରହିଛି । କେଉଁ ଦିନ ସ୍ୱାମୀ-ସ୍ତ୍ରୀ ସମ୍ଭୋଗ କରିବା ଉଚିତ । ଯଦି ସନ୍ତାନ ପ୍ରାପ୍ତି ପାଇଁ ଶାରୀରିକ ସଂପର୍କ ରଖିବାକୁ ଚାହୁଁଛନ୍ତି ତ ଶୁଭ ଦିନରେ ସମ୍ଭୋଗ କଲେ ଭଲ । କାରଣ ଏହି ଦିନରେ ଗର୍ଭ ଧାରଣରେ ସନ୍ତାନ ମାନସିକ ଓ ଶାରୀରିକ ରୂପରେ ସ୍ୱାସ୍ଥ୍ୟ ଓ ଗୁଣବାନ ହୋଇ ଜନ୍ମ ହୋଇଥାଏ । କିନ୍ତୁ ଅଶୁଭ ଦିନରେ ଗର୍ଭ ଧାରଣ କଲେ ସବୁ ଅଶୁଭ ଗ୍ରହଙ୍କ ପ୍ରଭାବ ସନ୍ତାନ ଉପରେ ପଡିଥାଏ । ଜନ୍ମ ପରେ ସନ୍ତାନର ଗୋଟିଏ ପରେ ଗୋଟିଏ ଅସୁବିଧା ଘଟିବାକୁ ଲାଗେ ।

ଏଣୁ ସମ୍ଭୋଗ ଶାସ୍ତ୍ରର ତଥ୍ୟ ଅନୁସାରେ ସୋମବାର ,ବୁଧବାର ଗୁରୁବାର ଓ ଶୁକ୍ରବାର ଦିନ ସ୍ୱାମୀ –ସ୍ତ୍ରୀ ସମ୍ଭୋଗ କଲେ ଖୁବ୍ ଭଲ । ଯାହା ଗର୍ଭ ଧାରଣରେ ଭଲ ପ୍ରଭାବ ପଡିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More