କିଛି କହିଥାଏ ହୋଲିର ପ୍ରତ୍ୟେକ ରଂଗ, ଆସନ୍ତୁ ଜାଣିବା ।
ଉଲ୍ଲାସର ପର୍ବ ହୋଲି ଆଗକୁ ଆସୁଅଛି । ରଂଗ ସହ ଏହି ପର୍ବର ଗଭୀର ସମ୍ପର୍କ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଆପଣଙ୍କ ବ୍ୟକ୍ତିତ୍ୱ, ବ୍ୟବସାୟ ଏବଂ କାର୍ଯ୍ୟ ଅନୁସାରେ ହୋଲି ଖେଳିବା ଲାଗି ରଂଗ ବାଛି ପାରିବେ ।
ବାସ୍ତୁ ଅନୁସାରେ ନାଲି ରଂଗରେ ହୋଲି ଖେଳିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଯଶର ବୃଦ୍ଧି ହୋଇଥାଏ । ଭୂମି ସହ ଜଡିତ କାର୍ଯ୍ୟ କରୁଥିବା ବ୍ୟକ୍ତି ନାଲି ରଂଗରେ ହୋଲି ଖେଳିବା ଶୁଭ ଅଟେ ।
ଗୋଲାପି ରଂଗକୁ ପସନ୍ଦ କରୁଥିବା ଲୋକଙ୍କ ମନ ମଜଭୁତ ଅଟେ ।
ବ୍ୟାପାର, ଶିକ୍ଷକ, ଓକିଲ, ବିଦ୍ୟାର୍ଥୀ, ପତ୍ରକାରଙ୍କୁ ହୋଲି ଖେଳିବା ପାଇଁ ସବୁଜ ରଂଗ ବ୍ୟବହାର କରିବା ଉଚିତ ।
ସୁନା, ଚାନ୍ଦି ବ୍ୟାପାର କରୁଥିବା ବ୍ୟକ୍ତି ହଳଦିଆ ରଂଗରେ ଖେଳିବା ଶୁଭ ଅଟେ ।
ଅଭିନେତା, ଲୁହା ବ୍ୟବସାୟୀ, ରାଜନୀତି ସମ୍ବନ୍ଧିତ ବ୍ୟକ୍ତିଙ୍କୁ ନୀଳ ରଂଗରେ ହୋଲି ଖେଳିବା ଉଚିତ ।
ଯଦି ଆପଣ ଆପଣଙ୍କ ଜୀବନରେ ପରିବର୍ତ୍ତନ ଚାହୁଁଛନ୍ତି ତେବେ କେସରିଆ ରଂଗରେ ହୋଲି ଖେଳନ୍ତୁ ।
ହୋଲିରେ ଘରର ମୁଖ୍ୟଦ୍ୱାରାକୁ ସଜାନ୍ତୁ । ହୋଲି ଦିନରେ ବାସ୍ତୁ ଯନ୍ତ୍ରକୁ ହଳଦିଆ ରଂଗ ବସ୍ତ୍ରରେ ସ୍ଥାପନା କରନ୍ତୁ । ଘରେ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଧୂପ-ଦୀପ ଲଗାଇ ଆରାଧନା କରନ୍ତୁ ।