Only for Entertainment

ଶୀତ ଋତୁରେ ଏସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

Full Suitcase
29

ଶୀତ ଋତୁରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି,ତେବେ କେତେକ ନିର୍ଦ୍ଦିଷ୍ଟ କଥା ପ୍ରତି ଧ୍ୟାନ ଦିଅନ୍ତୁ।

  • ସନ୍ତୁଳିତ ଆହାର- ଖାଦ୍ୟରେ ପ୍ରୋଟିନ୍‌ ,ଫାଇଭର ଓ ତରଳ ପଦାର୍ଥର ଯଥେଷ୍ଟ ଆବଶ୍ୟକ ଥାଏ। ଏଣୁ ଏସବୁ ଗୁଣ ଥିବା ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦିଅନ୍ତୁ।
  • ଶୀତ ଋତୁରେ କିଛି ସମୟ ଖରାରେ ବୁଲିବା ନିହାତି ଦରକାର। କାରଣ ଶୀତ ଋତୁରେ ଭିଟାମିନ୍‌ ଡି ର ଯଥେଷ୍ଟ ଆବଶ୍ୟକତା ରହିଛି।
  • ଘର ଭିତରେ କପଡ଼ା ଶୁଖାନ୍ତୁ ନାହିଁ। ଏପରି କରିଲେ,ସେହି ଶୁଖିଲା କପଡ଼ାକୁ ପିନ୍ଧିଲେ,ତାହା ତ୍ୱଚାର ଅନିଷ୍ଟ କରିଥାଏ। ଠିକ୍‌ ସେପରି ଆଜ୍‌ମା ଭଳି ସମସ୍ୟା ମଧ୍ୟ ଉପୁଜିପାରେ।
  • ଶୀତ ଋତୁରେ ଅଧିକ ମାତ୍ରାରେ କୋଲ୍‌ଡ-କ୍ରିମ୍‌ ନ ଲଗାଇବା ଭଲ। ଅଧିକ କ୍ରିମ୍‌ ଲଗାଇଲେ ତ୍ୱଚାର କ୍ଷତି ହୋଇଥାଏ।
  • ଶୀତ ଋତୁରେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଯଦି ବ୍ୟାୟାମକୁ ଆଳସ୍ୟ ହେତୁ ଛାଡି ଦିଅନ୍ତି,ତେବେ ହରମୋନ୍‌ ଅସନ୍ତୁଳନର ଶିକାର ହୋଇପାରନ୍ତି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More