Only for Entertainment

ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ThoughtCo
0 156

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ବ୍ୟକ୍ତି ଅନେକ ପୂଜାଚ୍ଚନା କରିଥାଏ । ଏହାପରେ ମଧ୍ୟ ଭଗବାନଙ୍କ କୃପା ଦୃଷ୍ଟି ଅନେକଙ୍କ ଉପରେ ପଡିନଥାଏ । ତେବେ ପୂଜା କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଭଗବାନ ପସନ୍ନ ହେବା ସହିତ ତାଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୋଇଥାଏ ।

– ସ୍ୱତନ୍ତ୍ର ଆସନ, ବସ୍ତ୍ର ବ୍ୟବହାର ସହିତ ଫଳକୁ ଭୋଗରେ ସାମିଲ କରନ୍ତୁ, ଭଗବାନ ପ୍ରସନ୍ନ ହେବେ ।

– ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ଧନ ବୃଦ୍ଧି ପାଇଁ ହଳଦିଆ ଆସନ ବ୍ୟବହାର କରନ୍ତୁ ।

– ବଂଶ ବୃଦ୍ଧି ନିମନ୍ତେ କଳା ରଙ୍ଗର ଆସନ ବ୍ୟବହାର କରନ୍ତୁ ।

– ବଳ ଓ ଶକ୍ତି ଆଦିର ବୃଦ୍ଧି ପାଇଁ ଲାଲ ରଙ୍ଗର ଆସନ ବ୍ୟବହାର କରନ୍ତୁ ।

– ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଝୁଣରେ ତିଆରି ଆସନରେ ବସି ପୂଜା କରନ୍ତୁ ।

– ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲାଲ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ ।

– ପୂଜାରେ ଜାଇଫଳ ଭୋଗ କରନ୍ତୁ । ଭୋଗ କରି ସାରିବା ପରେ ଏହାକୁ ଖାଇବା ଦ୍ୱାରା କିର୍ତ୍ତୀ ମିଳିଥାଏ ।

– କିସମିସ ଭୋଗ କରି ଖାଆନ୍ତୁ, କାର୍ଯ୍ୟ ସିଦ୍ଧି ହେବ ।

– ଅଁଳା ଭୋଗ କରି ଖାଆନ୍ତୁ, ଏହା ଦ୍ୱାରା ସୁଖ ବୃଦ୍ଧି ହେବ ।

– କହଳୀ ଭୋଗ କରି ଖାଇବା ଦ୍ୱାରା ନାରୀ ସୌଭାଗ୍ୟବତୀ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More