Only for Entertainment

ଠାକୁର ଘରକୁ କେଉଁ ଦିଗରେ ରଖିଲେ କ’ଣ ହୋଇଥାଏ,ଜାଣନ୍ତୁ ।

newstracklive.com
79

ଈଶ୍ୱରଙ୍କୁ ନେଇ ସମସ୍ତଙ୍କ ମନରେ ଏକ ଭିନ୍ନ ବିଶ୍ୱାସ ରହିଛି,ଯାହା ଭକ୍ତି ଏବଂ ଉପାସନାର ବିଶ୍ୱାସ । ଯାହା ପ୍ରତ୍ୟେକଟି ଜୀବ ହୃଦୟରେ ବିଦ୍ୟବାନ । କୁହାଯାଏ ପବିତ୍ର ମନ ଓ ହୃଦୟ ସହିତ ଈଶ୍ୱରଙ୍କୁ ସ୍ମରଣ କଲେ ପ୍ରତ୍ୟେକଟି କାର୍ଯ୍ୟ ସଫଳ ହୋଇଥାଏ । ଯେତେବେଳେ ଈଶ୍ୱରଙ୍କୁ ଏତେ ବିଶ୍ୱାସ କରାଯାଏ ତାଙ୍କର ଅବସ୍ଥିତିକୁ ନେଇ ମଧ୍ୟ କିଛି ପଦକ୍ଷେପ ନେବା ଉଚିତ । ଯାହାକୁ ଦୃଷ୍ଟି ନ ଦେଲେ ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆପଣ ଜାଣନ୍ତିକି ଈଶ୍ୱରଙ୍କ ମୂର୍ତ୍ତିକୁ କେଉଁ ସ୍ଥାନରେ ସ୍ଥାପନ କରିବା ଉଚିତ । ଆସନ୍ତୁ ଆଲୋଚନା କରିବା ।

ଠାକୁର ଘରକୁ ସବୁବେଳେ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପୂଜା ଘର ରହିଲେ, ଘରେ ଶାନ୍ତି ବ୍ୟାହତ ହୋଇଥାଏ ଓ ଠାକୁରଙ୍କ ପୂଜାରୁ କୌଣସି ସୁଫଳ ମିଳି ନଥାଏ।

ଠାକୁର ବା ପୂଜା ଘର ଉପରେ କିମ୍ବା ଆଖପାଖରେ ବାଥରୁମ୍ ରହିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ଦୈବୀ କୋପ ପଡ଼ିବାର ଆଶଙ୍କା ରହିଥିବା କୁହାଯାଏ।

ଠାକୁର ଘରର ପ୍ରତ୍ୟେକ ମୂର୍ତ୍ତି ଓ ଫଟୋକୁ ପରସ୍ପର ଠାରୁ ଅତି କମ୍‌ରେ ୧ଇଞ୍ଚ୍‌ ଦୂରତାରେ ରଖନ୍ତୁ। ଯଦି ଜଣେ ଠାକୁରଙ୍କର ଦୁଇଟି ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଏହି ଫଟୋ ଦୁଇଟିକୁ ସାମ୍ନା ସାମ୍ନି ରଖନ୍ତୁ ନାହିଁ।

ଶିଡ଼ି ତଳେ, ଷ୍ଟୋର୍‌ ରୁମ୍‌ କିମ୍ବା ରୋଷେଇ ଘରେ ଠାକୁରଙ୍କୁ ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ସଦସ୍ୟମାନଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼ିଥାଏ।

ମନେ ରଖନ୍ତୁ, ଘରର ଯେଉଁ ଦିଗରେ ଠାକୁର ଘର ଥିବ ସେହି ଦିଗକୁ ଗୋଡ଼ କରି ଶୋଇବେ ନାହିଁ। ଏଭଳି କଲେ ଅଶୁଭ ଫଳ ମିଳିଥାଏ ଏବଂ ଘରେ ଅଯଥା ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More