Only for Entertainment

ସୋମି ଖାନଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ, କହିଲେ…

NDTV Khabar
38

ବିଗ ବସ ପରେ ସୋମି ଖାନଙ୍କ ଫ୍ୟାନ ଫଲୋଇଙ୍ଗ ଏବେ ବଢିବାରେ ଲାଗିଛି । ସୋସିଆଲ ମିଡିଆ ଆକାଉଣ୍ଟରେ ଖୁବ ଆକ୍ଟିଭ ରହିଥାନ୍ତି । ପ୍ରତ୍ୟେକ ଦିନ ଇଂଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସୋୟର କରିଥାନ୍ତି । ସୋମି ଏବେ ଫଟୋ ସୁଟ ଏବଂ କନସର୍ଟରେ ବ୍ୟସ୍ତ ରହୁଛନ୍ତି । ଏହା ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ମଜାଦାର ଡାଇଲଗ ଭିଡିଓ ମଧ୍ୟ ସେୟର କରୁଛନ୍ତି । ସୋମି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଦୀପିକା ପାଦୁକୋନଙ୍କ ଡାଇଲଗ କହୁଥିବାର ନଜର ଆସିଛନ୍ତି । ସୋମିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ମାତ୍ର ୧ ଘଣ୍ଟାରେ ୫୦ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

 

 

View this post on Instagram

 

#tiktok#somikhan#bollywood ?

A post shared by SOMI KHAN (@somikhan_ks) on

ଏହା ପୂର୍ବରୁ ସୋମି ଖାନ ଏକ ଭିଡିଓ ଅପଲୋଡ କରିଥିଲେ ଯେଉଁଥିରେ ସେ ଶାହରୁଖ ଖାନଙ୍କ ଫିଲ୍ମ ‘ରଇଜ’ର ଗୀତକୁ କପି କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ମଧ୍ୟ ଲୋକେ ବେଶ ପସନ୍ଦ କରିଥିଲେ । ନିକଟରେ ସୋମି ସହ-ପ୍ରତିଯୋଗୀ ଦିପକ ଠାକୁରଙ୍କ ସହିତ ମୁଜଫରପୁରରେ ଶ୍ରୀସନ୍ଥଙ୍କୁ ଦେଖା କରିବା ପାଇଁ ପହଁଚିଥିଲେ । ଏହି ସମୟରେ ଦୁହେଁ ଅନେକ ସମୟ ବିତାଇଥିଲେ ।

କହିରଖୁଛୁ ଯେ, ବିଗ ବସରେ ଦୀପକ ଏବଂ ସୋମିଙ୍କ ଖଟା ମିଠା କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରିଥିଲେ । ସମସ୍ତେ ଦୁହିଁଙ୍କୁ ଏହା ସହିତ ଦେଖିବାକୁ ଚାହୁଁଥିଲେ । ଏବେ ଦୁହେଁ ପରସ୍ପରର ଭଲ ବନ୍ଧୁ ହୋଇ ସମୟ କାଟୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More