Only for Entertainment

ଚମ୍ବଲ ଡକାୟତଙ୍କ ଜବରଦସ୍ତ କାହାଣୀ ଅଟେ ‘ସୋନ ଚିଡିଆ’ , ରିଲିଜ ହେଲା ଟ୍ରେଲର !

24

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅପକମିଂ ଫିଲ୍ମ ‘ସୋନ ଚିଡିଆ’ ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମ ଚମ୍ବଲର ଜଙ୍ଗଲ ଜୀବନ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୂତ ଏବଂ ମନୋଜ ବାଜପେୟୀ ଚମ୍ବଲ ଡାକୁ ଭୂମିକା ତୁଲାଇଛନ୍ତି ।

ଫିଲ୍ମରେ ଭୂମି ପେଡନେକର ମଧ୍ୟ ଲିଡ ରୋଲରେ ନଜର ଆସିବେ । ୨ମିନିଟ ୪୩ସେକେଣ୍ଡର ଟ୍ରେଲରରେ ଚମ୍ବଲର କାହାଣୀ ଦର୍ଶାଯାଇଛି । ଟ୍ରେଲରରେ ଜବରଦସ୍ତ କାହାଣୀ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଫିଲ୍ମ ୮ଫେବୃୟାରୀରେ ରିଲିଜ କରାଯିବ । ଅଭିଷେକ ଚୌବେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆକ୍ସନରେ ଭରପୂର ଅଟେ । ଫିଲ୍ମର ଟ୍ୟାଗଲାଇନ ରହିଛି ‘ବୈରୀ ବଇମାନ, ବାଗି ସାବଧାନ’ । ଫିଲ୍ମର ଟ୍ରେଲର ରିଲିଜ ପୂର୍ବରୁ ଟିଜର ଏବଂ ପୋଷ୍ଟର ଆସିଥିଲା ।

ଫିଲ୍ମକୁ ରିଅଲ ଲୁକ ଦେବା ଲାଗି ଏହା ଚମ୍ବଲରେ ସୁଟିଂ କରାଯାଇଛି । ଟ୍ରେଲର ଆଶୁତୋଷ ରାଣା ଏବଂ ରଣବୀର ଶୌରୀ ମଧ୍ୟ ଶାନଦାର ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More