Only for Entertainment

ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ନାମରେ ଅଭିଯୋଗ ଆଣିଲେ ସୋନା ମହାପାତ୍ର

The indian express
25

ବିବାଦରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ  ତାଙ୍କ  ସ୍ୱାମୀଙ୍କ କାନ ଭରିଥିବାର ଅଭିଯୋଗ ଆଣିଛନ୍ତି ସୋନା । ସେ ଲଗାଇଥିବା ଆରୋପ ମୁତାବକ, ସୋନୁ ନିଗମ ସୋନାଙ୍କ ସ୍ୱାମୀ ରାମ ସମ୍ପତଙ୍କୁ ଫୋନ କରି ସୋନାଙ୍କ ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି, ଯାହାକୁ ଶୁଣିବା ପରେ ସୋନା ସୋନୁଙ୍କ ଏଭଳି ଉପଦେଶକୁ ପସନ୍ଦ କରୁନଥିବା ଜଣା ପଡ଼ିଛି ।

 

ବିଭିନ୍ନ ଟୁଇଟ୍‌ କରି ସେ ସୋନୁ ନିଗମ ଓ ଅନୁ ମଲ୍ଲିକ୍‌ଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଥମେ ଟୁଇଟ୍‌ରେ ସୋନୁ ନିଗମ ତାଙ୍କ ସ୍ୱାମୀଙ୍କୁ ଫୋନ କରି ତାଙ୍କୁ ନିୟନ୍ତ୍ରଣରେ ରଖିବା କଥା ଲେଖିବା ସହ ଏବେ ସୋନୁ ଖୁଲମଖୁଲା ଅନୁଙ୍କୁ ସମର୍ଥନ କରୁଥିବା ଲେଖିଛନ୍ତି ।

 

 

 

ଦ୍ୱିତୀୟ ଟୁଇଟ୍‌ରେ, ଭାରତରେ ନିର୍ଭୟା ଭଳି କାଣ୍ଡ ହେବା ପରେ ଯାଇ ଲୋକଙ୍କ ନିଦ ଭାଙ୍ଗିବ? ମୁଁ ଅସଦାଚରଣ ନେଇ ଅଭିଯୋଗ କରିବା ପରେ ମୋତେ ଏକ ରିୟାଲିଟି ସୋ’ର ବିଚାରକମଣ୍ଡଳୀରୁ ହଟାଇ ଦିଆଯାଇଥିଲା । କାରଣ ମୁଁ ଅନୁ ମଲ୍ଲିକ ଉପରେ ଆରୋପ ଲଗାଇ ସେ ଜଜ୍‌ଥିବା ସୋ’ର ଟିଆର୍‌ପି ବଢ଼ାଇ ଦେଇଥିଲି । କିନ୍ତୁ ଏତେ ସବୁ ପରେ ବି ସେ ପୁଣି ଏ ବର୍ଷ ସେହି ସୋ’ ଜଜ୍‌ କରୁଥିବା ବୋଲି ଲେଖିଛନ୍ତି ସୋନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More