Only for Entertainment

ସୋସିଆଲ ମିଡିଆରେ ସୋନାକ୍ଷୀଙ୍କୁ କ୍ଷମା ମାଗିଲେ ସୋନମ, ଜାଣନ୍ତୁ କାହିଁକି!

india.com
0 53

ବଲିଉଡ ଅଭିନେତ୍ରୀ ସୋନମ ଗତ କିଛି ଦିନ ହେବ ଫିଲ୍ମ ପ୍ୟାଡମ୍ୟାନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଠିକ ସେହି ସମୟରେ ଏକ ଟ୍ୱିଟକୁ ନେଇ ସେ ଆଉ ଏକ ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ସେ ଟ୍ୱିଟ କରି ସୋନାକ୍ଷୀ ସିହ୍ନାଙ୍କୁ କ୍ଷମା ମାଗିଛନ୍ତି । ସେ ସୋସିଆଲ ମିଡିଆରେ ସୋନାକ୍ଷୀଙ୍କୁ କହିଲେଯେ ‘ମୋର ମନେ ନାହିଁ ମୁଁ କେବେ ଆଟିଟ୍ୟୁଡ ଦେଖାଇଛି, କିନ୍ତୁ ଯଦି ଆପଣଙ୍କୁ ଏମିତି ଅନୁଭବ ହୋଇଛି ତେବେ ମୁଁ କ୍ଷମା ମାଗୁଛି’ । ସୋନାକ୍ଷୀଙ୍କର ଏକ ଇଂଟରଭ୍ୟୁ ପରେ ସୋନମ ତାଙ୍କୁ ଭୁଲ ମାଗିଛନ୍ତି ।

ବାସ୍ତବରେ ସୋନାକ୍ଷୀ ନେହା ଧୂପିଆଙ୍କର ଏକ ଟକ୍ ଶୋ ବିଗ୍ ବିଏଫଏଫକୁ ଯାଇଥିଲେ । ସେଠାରେ ସେ ନେହାଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତିଯେ ବିନା କାରଣରେ ସୋନମ ତାଙ୍କୁ ଆଟିଟ୍ୟୁଡ ଏବଂ ଟେନସନ ଦେଖାଇଛନ୍ତି ।

ସୋନାକ୍ଷୀ ନେହାଙ୍କର ଶୋ’କୁ ନିଜ ବନ୍ଧୁ ଏବଂ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ସହିତ ପହଂଚିଥିଲେ । ସେଠାରେ ନେହା ସୋନାକ୍ଷୀଙ୍କୁ ପଚାରିଥିଲେଯେ,କେବେ ବଲିଉଡର କୌଣସି ତାରକା ଆପଣଙ୍କୁ ଆଟିଟ୍ୟୁଡ ଦେଖାଇଛନ୍ତି କି? ତେଣୁ ଏହାର ଉତ୍ତରରେ ସେ ସୋନମଙ୍କ ନାମ ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More