Only for Entertainment

‘ସହର କି ଲଡ଼କୀ’ ରିମିକ୍ସରେ ନଜର ଆସିଲେ ସୁନିଲ ସେଟ୍ଟୀ ଏବଂ ରବିନା ଟଣ୍ଡନ ।

29

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନଦାନୀ ସଫାଖାନା’ ବକ୍ସ ଅଫିସରେ ଚାଂଚଲ୍ୟ ସୃଷ୍ଟି କରିବାକୁ ପ୍ରସ୍ତୁତ । କିଛି ଦିନ ପୂର୍ବରୁ ସୋନାକ୍ଷୀ ସିହ୍ନା, ବରୁଣ ଶର୍ମା ଏବଂ ବାଦଶାହ ଷ୍ଟାରର ଫିଲ୍ମ ‘ଖାନଦାନୀ ସଫାଖାନା’ର ଟ୍ରେଲର ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ନୂଆ ଗୀତ ସହର କି ଲଡ଼କୀ ରିଲିଜ ହୋଇଛି ।

ଯେପରି ଆପଣ ଜାଣିଛନ୍ତି ଏବେ ବଲିଉଡରେ ପପୁଲାର ଗୀତ ସବୁର ରିମେକ ଚାଲିଛି ଏବଂ ଜଣକ ପରେ ଜଣେ ଏହି ଟ୍ରେଣ୍ଡକୁ ଅନୁସରଣ କରୁଛନ୍ତି । ସେହିଭଳି ଫିଲ୍ମ ‘ଖାନଦାନୀ ସଫାଖାନା’ରେ ରବିନା ଟଣ୍ଡନଙ୍କ ହିଟ ଗୀତ ସହାର କି ଲଡ଼କୀକୁ ରିକ୍ରିଏଟ କରାଯାଇଛି । ଏଥିରେ ର‌୍ୟାପର ବାଦଶାହଙ୍କ ସହିତ କକଟେଲ ନାୟିକା ଡାଏନା ପେଂଟି ନଜର ଆସିବେ । ଡାଏନା ଏଥିରେ ଖୁବ ଗ୍ଲାମରସ ନଜର ଆସିଛନ୍ତି । କହିରଖୁଛୁ ଏହି ଗୀତରେ ପୁରୁଣା ଗୀତର ଆକ୍ଟର ସୁନିଲ ସେଟ୍ଟୀ ଏବଂ ରବିନା ଟଣ୍ଡନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More