Only for Entertainment

ଅଜୟ ଦେବଗନଙ୍କ ଫିଲ୍ମର ରିମେକରେ ନଜର ଆସିବେ ସୋନାକ୍ଷୀ ସିହ୍ନା

Hindustan Times
0 23

ସୋନାକ୍ଷୀ ସିହ୍ନାଙ୍କ କ୍ୟାରିୟର ଏବେ କିଛି ଖାସ ଚାଲୁନାହିଁ । ସେ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ଏବେ ପଛରେ ରହିଛନ୍ତି । ସୋନାକ୍ଷୀଙ୍କୁ ଏବେ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା । ପୂର୍ବ ଅପେକ୍ଷା ସେ ନିଜର ଓଜନ ହ୍ରାସ କରିଥିବା ଦେଖିବାକୁ ମିଳିଛି । ଆଗ ଅପେକ୍ଷା ସେ ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ସୋନାକ୍ଷୀ ନିକଟରେ ଏକ ଫିଲ୍ମ ସାଇନ କରିଛନ୍ତି । ଏହି ଫିଲ୍ମ ଅଜୟ ଦେବଗନଙ୍କ ଏକ ଫିଲ୍ମର ରିମେକ ।

ajay-devgan-sonakshi-sinha

ଅଜୟ ଦେବଗନ ମରାଠୀ ଫିଲ୍ମ ‘ଆପଲା ମାଣୁସ’ରେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ । ସତୀଶ ରାଜୱାଡେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ନା କେବଳ ସଫଳ ହୋଇଥିଲା ବରଂ ଏହି ଫିଲ୍ମ ସମୀକ୍ଷକଙ୍କ ଦୃଦୟ ମଧ୍ୟ ଜିତି ନେଇଥିଲା । ଅଜୟଙ୍କ ଏହି ଫିଲ୍ମରେ ଏବେ ହିନ୍ଦୀ ରିମେକ ହେବାକୁ ଯାଉଛି ।

sonakshi-ajay

ଫିଲ୍ମ ପାଇଁ ଆଶୁତୋଷ ଫିଲ୍ମର ସ୍କ୍ରିପ୍ଟ ସୋନାକ୍ଷୀଙ୍କୁ ଶୁଣେଇଥିଲେ । ଏହା ସୋନାକ୍ଷାଙ୍କୁ ପସନ୍ଦ ଆସିଥିବା ଶୁଣିବାକୁ ମିଲିଛି । ନିକଟରେ ସୋନାକ୍ଷୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମଧ୍ୟ ରଖାଯାଇଥିଲା । ଆଶୁତୋଷଙ୍କ ବ୍ୟାନରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଓରିଜିନାଲ ଫିଲ୍ମର ନିର୍ଦ୍ଦେଶକ ସତୀଶ ରାଜୱାଡେ ହିଁ ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More