Only for Entertainment

ତିନି ବର୍ଷ ପରେ ଛୋଟ ପରଦାକୁ ଫେରୁଛନ୍ତି ସୋନାଲୀ ବେନ୍ଦ୍ରେ, ଏହି ଶୋ’ରେ ଆସିବେ ନଜର

Naukri Nama
0 54

ସୋନାଲୀ ବେନ୍ଦ୍ରେ ତିନି ବର୍ଷ ପରେ ପୁଣିଥରେ ଟିଭି ପରଦାକୁ ଫେରୁଛନ୍ତି । ସେ ରିୟଲିଟି ଶୋ’ ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜରେ ନଜର ଆସିବେ । ଏହା ପୂର୍ବରୁ ମଧ୍ୟ ସେ ଏହି ଶୋ’କୁ ଜଜ୍ ମଧ୍ୟ କରିସାରିଛନ୍ତି ।

ସୋନାଲୀ ବିବାହ ପରେ ଫିଲ୍ମରୁ ଦୂରେଇ ଯାଇଥିଲେ । ଏହାପରେ ସେ ଏହି ଶୋ’ ଜରିଆରେ ଛୋଟ ପରଦାକୁ ଫେରି ନିଜ କ୍ୟାରିୟରକୁ ଏକ ନୂଆ ରୂପ ଦେଇଥିଲେ । ସୋନାଲୀ ସେଟର ଏକ ଫେଟୋକୁ ସେୟାର କରିଛନ୍ତି । ଫଟୋରେ ସେ ପିଲାମାନଙ୍କ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।

sonali

ଏହା ପୂର୍ବରୁ ୨୦୧୩ ଏବଂ ୨୦୧୫ରେ ସେ ଏହି ଶୋ’ରେ ଜଜ୍ ଭୂମିକାରେ ନଜର ଆସିଥିଲେ । ଆଗୀମୀ ଶୋ’ରେ ସୋନାଲୀଙ୍କ ସହିତ କବୀର ଖାନ ଏବଂ ଦୀୟା ମିର୍ଜା ଶୋ’ର ଜଜ୍ ଭୂମିକାରେ ନଜର ଆସିପାରନ୍ତି । ଏହି ଶୋ’ରେ ଛୋଟ ଛୋଟ ପିଲାମାନେ ନିଜର ଅଭିନୟ ପ୍ରତିଭାକୁ ଦେଖାଇଥାନ୍ତି । ଏହି ଶୋ’କୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

india-s-best-dramebaaz

ସୋନାଲୀ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଏହି ଶୋ’କୁ ଫେରିବା ଘରକୁ ଫେରିବ ପରି । ଏହି ଶୋ’ ପୁରା ଦେଶର ପ୍ରତିଭାଶାଳୀ ପିଲାମାନଙ୍କୁ ତାଙ୍କ ପ୍ରତିଭା ଦେଖାଇବାର ସୁଯୋଗ ଦେଇଥାଏ । ଏହା ସହିତ ସେ କହିଥିଲେ ‘ପିଲାମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢାଇବାର ଏହା ଏକ ମାଧ୍ୟମ । ଏହା ସହିତ ପିଲାଙ୍କ ଭବିଷ୍ୟତ ପାଇଁ ଏକ ସୁନ୍ଦର ପଦକ୍ଷେପ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More