Only for Entertainment

ପୁଅର ବର୍ଥଡ଼େ ରେ ଇମୋସନାଲ ହେଲେ ସୋନାଲି ।

dnaindia
0 57

ବଲିଉଡ ନାୟିକ ସୋନାଲି ବେନ୍ଦ୍ରେ ଭାବବିହ୍ବଳ ହୋଇ ପଡିଛନ୍ତି। ଶନିବାର ତାଙ୍କ ପୁଅ ରଣବୀରଙ୍କ ଜନ୍ମ ଦିନରେ ସେ ପୁଅ ନିକଟରୁ ଅଲଗା ଥିବାରୁ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏକ ବାର୍ତ୍ତା ଦେଇଛନ୍ତି। ପୁଅର ଜନ୍ମଦିନ ଅବସରରେ ସେ ପ୍ରଥମ ଥର ଅଲଗା ଥିବା ଲେଖିଛନ୍ତି।

ଏଥର ରଣବୀର ତାଙ୍କର ୧୩ତମ ଜନ୍ମ ଦିବସ ପାଳନ କରୁଥିବାରୁ ସେ ଲେଖିଛନ୍ତି ମୋ ପୁଅ ଏବେ ଟିନ୍‌ ଏଜ୍‌ରେ ପାଦଦେଲା। ମୋ ଭଲପାଇବା ସବୁବେଳେ ତୋ ସହ ଅଛି ବୋଲି ମଧ୍ୟ ସେ ଲେଖିଛନ୍ତି। ରଣବୀରଙ୍କ ପିଲାଦିନର ଫଟୋସହ ସୋନାଲିଙ୍କ ଏହି ବାର୍ତ୍ତା ପଢି ତାଙ୍କ ପ୍ରଶଂସକମାନେ ମଧ୍ୟ କିଛି ସମୟ ପାଇଁ ଚୁପ ହୋଇ ଯାଇଛନ୍ତି। ସୂଚନା ଅନୁଯାୟୀ, ସୋନାଲି ଏବେ ହାଇଗ୍ରେଡ କ୍ୟାନସରର ଟ୍ରିଟ୍‌ମେଣ୍ଟ କରିବାକୁ ନ୍ୟୁୟର୍କରେ ରହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More