Only for Entertainment

କ୍ୟାନସରରେ ପିଡିତ ସୋନାଲି ବେନ୍ଦ୍ରେଙ୍କ ବଡ ଖୁଲାସା, କେମୋଥେରାପି ବିଷୟରେ କହିଲେ ଏହି ବଡ କଥା ।

Darpan Magazine
35

ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ କ୍ୟାନସର ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି । ସୋନାଲି ପୂରା ସାହାସର ସହିତ ଏହି ରୋଗକୁ ସମ୍ନା କରୁଥିବାର ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଖରାପ ଥାଇ ମଧ୍ୟ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରିଥାନ୍ତି । ଏବେ ସୋନାଲି ନିଜ ଇଂଷ୍ଟାଗ୍ରାମ ଆକାଉିଣ୍ଟର ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ କହିଛନ୍ତି ଯେ କେମୋଥେରାପି କାରଣକୁ କିପରି ପୂର୍ବ ବହି ପଢିବାରେ ତାଙ୍କୁ ଅସୁବିଧା ହେଉଥିଲା ।

 

ସୋନାଲି ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଏବେ ଆଗାମୀ ବହି ଆନାଉଁସମେଣ୍ଟ କରିବାର ସମୟ ଆସିଛି । ପୂର୍ବ ବହିକୁ ପଢିବାରେ ଅନେକ ସମୟ ଲାଗିଥିଲା କରଣ କେମୋଥେରାପି କାରଣରୁ ମୋ ଆଖିକୁ ଭଲସେ ଦେଖାଯାଉନଥିଲା ଏହା ଦ୍ୱାରା ମୁଁ ଠିକ ଭାବେ ପଢିପାରିଲିନି । ଟିକେ ଡରି ଯାଇଥିଲି କିନ୍ତୁ ଏବେ ସବୁ ଠିକ ଅଛି । ’

 

ନିକଟରେ ସୋନାଲି ପ୍ରିୟଙ୍କାଙ୍କ ବିବାହ ପୂର୍ବର ପାର୍ଟିରେ ଯୋଗ ଦେଇଥିଲେ ଏବଂ ପ୍ରିୟଙ୍କାଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ । ସୋନାଲି ସେୟାର କରିଥିବା ଫଟୋରେ ସେ ପ୍ରିୟଙ୍କା ଏବଂ ନିତୁ କପୁରଙ୍କ ସହିତ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More