Only for Entertainment

ପୁଣି ପରଦାକୁ ଫେରୁଛନ୍ତି ଏହି ବଲିଉଡ ନାୟିକା

4k Wallpapers
0 47

୨୦୦୮ ମସିହାର ଫିଲ୍ମ ‘ଜନ୍ନତ’ରେ ଏକ ଦମଦାର ଭୂମିକାରେ ଅଭିନୟ କରି ବଲିଉଡରେ କିଛି ପ୍ରଶଂସକ ସୃଷ୍ଟି କରିପାରିଥିଲେ ଅଭିନେତ୍ରୀ ସୋନଲ ଚୌହାନ । ମାତ୍ର ତା’ପରଠାରୁ ସୋନମଙ୍କ ଯାଦୁ ଆଉ ଚାଲିନଥିଲା । ବଲିଉଡରୁ ଏକପ୍ରକାର ଦୂରେଇ ଯାଇ ସେ ଦକ୍ଷିଣ ଭାରତୀୟ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ନେଇଥିଲେ । ଇତି ମଧ୍ୟରେ ସେ ଅନେକଗୁଡିଏ ତେଲୁଗୁ ଓ ତାଲିମ ଫିଲ୍ମ ମଧ୍ୟ କରିସାରିଛନ୍ତି ।

Awesome And Beautiful Sonal Chauhan Hd Wallpapers

ଆଉ ଏବେ ପୁଣିଥରେ ସୋନମ ବଲିଉଡକୁ ଫେରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତାହା ବି ଏକ ଯୁଦ୍ଧକାହାଣୀ ଧର୍ମୀ ଫିଲ୍ମ ଜରିଆରେ । ସୋନଲଙ୍କ ଯେତେ ବି ପ୍ରଶଂସକ ଅଛନ୍ତି, ସେମାନେ ଜାଣିବାକୁ ଉତ୍ସାହ ହେବେଣି କି କେଉଁ ଫିଲ୍ମ ଜରିଆରେ ପୁଣି ସୋନମ ଫେରୁଛନ୍ତି । ତେବେ ସେହି ଫିଲ୍ମଟି ହେଉଛି ‘ପଲଟନ’ । ଜେ.ପି ଦତ୍ତାଙ୍କ ନିର୍ଦ୍ଦେଶନାରେ ୧୯୬୨ ମସିହାର ଭାରତ ଓ ଚାଇନା ଯୁଦ୍ଧ ଘଟଣାବଳୀକୁ ନେଇ ନିର୍ମିତ ହେଉଛି ଫିଲ୍ମ ପଲଟନ । ଏହାର ପ୍ରମୁଖ ଭୂମିକାରେ ରହିଛନ୍ତି ଅର୍ଜୁନ ରାମପାଲ, ଲଭ ସିହ୍ନା, ହର୍ଷବର୍ଦ୍ଧନ ରାଣେ, ସିଦ୍ଧାନ୍ତ କପୁର ଓ ଗୁରମିତ ଚୌଧୁରୀ । ଏଥିରେ ଇଶା ଗୁପ୍ତା ମଧ୍ୟ ରହିଛନ୍ତି । ଏବେ ଫିଲ୍ମରେ ସୋନଲଙ୍କୁ ଅନ୍ୟତମ ନାୟିକା ଭାବେ ଅଫର ଦିଆଯାଇଛି । ଆଉ ଏହାର ସୂଚନା ନିଜେ ସୋନଲ ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଛନ୍ତି କି ପାଇଲଟ ଗ୍ରୁପରେ ମୁଁ ଯୋଗ ଦେଇଛି । ବହୁତ ଖୁସି କି ଏପରି ଫିଲ୍ମ କରିବାର ସୁଯୋଗ ମିଳିଛି, ଆଉ ତାହା ପୁଣି ଜେପି ଦତ୍ତାଙ୍କ ପରି ପ୍ରମୁଖ ନିର୍ଦ୍ଦେଶକଙ୍କ ସହ । ମୋ ମନରେ ସର୍ବଦା ଭାରତୀୟ ସେନା ପ୍ରତି ସମ୍ମାନ ରହିଛି । ଏହି ଫିଲ୍ମରେ ଆମ ଦେଶର ପ୍ରକୃତ ହିରୋକୁ ସମ୍ମାନ ଜଣାଇବୁ । ତେବେ ଏପରି ଏକ ଫିଲ୍ମ ଜରିଆରେ ଲେଉଟାଣିକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ସୋନଲ, କିନ୍ତୁ ଦେଖାଯାଉ ଦର୍ଶକ ତାଙ୍କୁ କେତେଦୂର ଯାଏ ଗ୍ରହଣ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More