Only for Entertainment

‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’କୁ ଦେଖି ଇମୋଶନାଲ ହେଲେ ଦର୍ଶକ, କହିଲେ- ଫିଲ୍ମ ଦେଖିଲେ ଲୋମ ଟାଙ୍କୁଳି ଉଠିବ !

you tube
26

ସୋନମ କପୁର ଆହୁଜାଙ୍କ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ଆଜି ବକି ଓ ଅଫିସରେ ରିଲିଜ ହୋଇଛି । ଫିଲଲ୍ମର କଣ୍ଟେଣ୍ଟକୁ ନେଇ ଏବେ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଶୈଳୀ ଚୋପ୍ରା ଧର ଦେଇଥିବା ବେଳ ଫିଲ୍ମରେ ଅନିଲ କପୁର, ରାଜ କୁମାର ରାଓ ଏବଂ ଜୁହି ଚାୱଲାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଜବରଦସ୍ତ ରିଆକ୍ସନ ମିଳିଥିବା ଦେଖିବାକୁ ମିଳିଛି । ଫ୍ୟାନ୍ସଙ୍କୁ ଫିଲ୍ମ ଖୁବ ପସନ୍ଦ ଆସିଥିବା ବେଳେ ସୋନମଙ୍କ ଅଭିନୟକୁ ମଧ୍ୟ ଲୋକେ ଅନେକ ପ୍ରଶଂସା କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ଫିଲ୍ମକୁ ନିଜର ମତ ଟ୍ୱିଟ କରି ଜଣାଇଛନ୍ତି । ଜଣେ ୟୁଜର ଟ୍ୱିଟ କରି ଲେଖିଥିଲେ ଭଲପାଇବାକୁ ଗଭୀରତାର ସହ ବୁଝିବା ପାଇଁ ଫିଲ୍ମକୁ ନିହାତି ଦେଖନ୍ତୁ । ଅନ୍ୟ ଏକ ୟୁଜର ଲେଖିଛନ୍ତି ମୁଁ ଏ ବେ ଫିଲ୍ମ ବି ଷ ୟରେ ଭାବୁଛି । ବାସ୍ତବରେ ଏହା ଏକ ସୁନ୍ଦର ଫିଲ୍ମ ।

ଦେଖନ୍ତୁ ଫିଲ୍ମ ବିଷୟରେ ଦର୍ଶକଙ୍କ ମତ-

କହିରଖୁଛୁ ଯେ, ବୁଧବାର ରାତିରେ ଫି ଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ । ଏହି ସ୍କ୍ରିନିଂ ରେ ଅରବାଜ ଖାନ ଗର୍ଲ ପ୍ରେଣ୍ଡ ଜର୍ଜିଆଙ୍କ ସହିତ ପହଁଚିଥିଲେ । ସେହିପରି ଅର୍ଜୁନ କପୁର, କୃତି ସେନନ ଏବଂ ଅଙ୍ଗଦ ବେଦୀଙ୍କ ପରି କଳାକାରଙ୍କୁ ମଧ୍ୟ ସ୍କ୍ରିନିଂରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More