Only for Entertainment

ବିବାହ ପରେ ପ୍ରଥମ ଫଟୋ ସେୟାର କଲେ ସୋନମ, କିଛି ସମୟ ମଧ୍ୟରେ ହେଲା ଭାଇରାଲ

Emirates 24|7
0 44

ବିବାହ ପରେ ସୋନମ କପୁର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପତି ଆନନ୍ଦ ଆହୁଜାଙ୍କ ସହିତ ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସୋନମ ଆନନ୍ଦଙ୍କୁ କିସ କରୁଥିବାରୁ ଦେଖିବାକୁ ମିଳିଛି । ଫଟୋ ସେୟାର କରି ସୋନମ କ୍ୟାପସନରେ ଲେଖିଥିଲେ #EverydayPhenomenal  । ଫଟୋ ସେୟାର କରିବାର କିଛି ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ମିନିଟରେ ଫଟୋକୁ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ଫେଟୋରେ କମେଣ୍ଟ କରି ଲୋକେ ସୋନମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

? #EverydayPhenomenal

A post shared by sonamKAhuja (@sonamkapoor) on

ସେହିପରି ଅନ୍ୟ ପକ୍ଷରେ ସୋନମଙ୍କ ପରି ଆନନ୍ଦ ଆହୁଜା ମଧ୍ୟ ବିବାହ ପରେ ପ୍ରଥମ ଫଟୋ ସେୟାର କରିଛନ୍ତି । ଫଟୋରେ ସୋନମ ଏକ ଆନନ୍ଦଙ୍କ ଜୋତା ଦେଖିବାକୁ ମିଳିଛି । ଏହା ସହିତ ଆନନ୍ଦ କ୍ୟାପସନରେ ଲେଖିଛନ୍ତି pure hearts rule ❤️ …

pure hearts rule ❤️ … #everydayphenomenal

A post shared by anand ahuja (@anandahuja) on

ଏହା ବ୍ୟତିତ ସୋନମଙ୍କ ସୋସିଆଲ ଆକାଉଣ୍ଟ ମଧ୍ୟ ଖୁବ ଚର୍ଚ୍ଚାରେ । ଏହାର କାରଣ ହେଉଛି ସୋନମ ବିବାହ ପରେ ନିଜ ସରନେମ ବଦଳାଇ ଦେଇଛନ୍ତି । ସୋନମ ନିଜ ନାମରେ ଆହୁଜାକୁ ସାମିଲ କରିଛନ୍ତି । ଏବେ ସୋନମଙ୍କ ନାମ ରହିଛି ସୋନମ କପୁର ଆହୁଜା ।

ସୋନମ କପୁରଙ୍କ ବିବାହ ବି-ଟାଉନରେ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଏକ । ବିବାହରେ ସଲମାନ, ଶାହାରୁଖ, ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More