Only for Entertainment

‘ପଦ୍ମାବତ’, ‘କେଦାରନାଥ’ ପରେ ଏହି ଫିଲ୍ମର ମଧ୍ୟ ହେବ ବିରୋଧ, ଜାଣନ୍ତୁ ଏହାର କାରଣ

Firstpost Hindi
27

ସୋନମ କପୁର ଏବଂ ରାଜ କୁମାର ରାଓଙ୍କ ଯୋଡି ପ୍ରଥମ ଥର ପାଇଁ ଫିଲ୍ମ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ଟାଇଟଲ ରଖାଯାଇଛି ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ । ଫିଲ୍ମରେ ସୋନମ କପୁର ଏବଂ ରାଜକୁମାର ରାଓଙ୍କ ବ୍ୟତୀତ ଅନିଲ କପୁର ଏବଂ ଜୁହୀ ଚାୱଲା ମଧ୍ୟ ନଜର ଆସିବେ । ଫିଲ୍ମ ଟି ଆଗମୀ ବର୍ଷ ରିଲିଜ ହେବାକୁ ଥିବା ବେଳେ ଚଳିତ ବର୍ଷ ଆରମ୍ଭରେ ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଫିଲ୍ମ ଲଭ ଜିହାଦ ଉପରେ ଆଧାରିତ ତେଣୁ କିଛି ସଙ୍ଗଠନ ଏହାର ବିରୋଧ କରିପାରନ୍ତି ।

ନିକଟରେ ଫିଲ୍ମ କୋଦାରନାଥ କୁ ମଧ୍ୟ ସମାନ କାରଣରୁ ବିରୋଧ କରାଯାଇଥିଲା । ଫିଲ୍ମକୁ ଉତ୍ତରାଖଣ୍ଡରେ ରିଲିଜ କରାଯିବା ପାଇଁ ମଧ୍ୟ ଦାବି ହୋଇିଥିଲା । ତେବେ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ବିଷୟରେ କହିବାକୁ ଗଲେ ଫିଲ୍ମର ଟ୍ରେଲର ୨-୩ ଦିନ ମଧ୍ୟରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମରେ ପ୍ରଥମ ଥର ପାଇଁ ସୋନମ ପିତା ଅନୀଲ କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ । ସେହିପରି ସୋନମ ଏବଂ ରାଜକୁମାରଙ୍କ ଫ୍ରେସ ଯୋଜି ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଶଲୀ ଚୋପ୍ରା ଦେଉଥିବା ବେଳେ ଫିଲ୍ମ ୧ ଫେବୃଆରୀରେ ରିଲିଜ ହେବ ।

ଫିଲ୍ମର ଟାଇଟ ଲ ବିଷୟରେ କହିବାକୁ ଗଲେ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘୧୯୪୨: ଏ ଲଭ ଷ୍ଟୋରୀ’ ର ଗୀତରୁ ନିଆଯାଇଛି । ଏହି ଫିଲ୍ମରେ ଅନୀଲ କପୁର ଏବଂ ମନୀଷା କୋଇରାଲା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More