Only for Entertainment

ସଞ୍ଜୁର ନୂଆ ପୋଷ୍ଟରେ ରଣବୀରଙ୍କ ସହିତ ନଜର ଆସିଲେ ସୋନମ, ଜାଣନ୍ତୁ କେଉଁ ଚରିତ୍ରରେ ଆସିବେ ନଜର

NDTV
0 35

ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ‘ସଞ୍ଜୁ’ର ନୂଆ ପୋଷ୍ଟର ରିଲିଜ କରାଯାଇଛି । ଫିଲ୍ମର ଏହି ନୂଆ ପୋଷ୍ଟରରେ ସଂଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର ସିଂଙ୍କ ସହିତ ଅଭିନେତ୍ରୀ ସୋନମ କପୁର ନଜର ଆସିଛନ୍ତି । ଫିଲ୍ମରେ ସୋନମ କପୁର ଟୀନା ମୁନୀମଙ୍କ ଭୂମିକାରେ ନଜର ଆସିବେ । ଟୀନା ମୁନୀମ ସଂଜୟ ଦତ୍ତଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ସଂଜୟଙ୍କ ପ୍ରଥମ ଫିଲ୍ମ ରକିର ସୁଟିଂ ସମୟରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଥିଲା ।


ଏହି ପୋଷ୍ଟରକୁ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ପୋଷ୍ଟରେ ସୋନମ ରଣବୀରଙ୍କ ପଛରେ ଠିଆ ହୋଇଥିବା ନଜର ଆସିଛନ୍ତି । ଏହି ପୋଷ୍ଟରକୁ ଟୁଇଟ କରି ରାଜକୁମାର ହିରାନୀ ଲେଖିଥିଲେ ସଂଜୁଙ୍କ କ୍ରେଜି ରୋମାଣ୍ଟିକ ଲଭ ଲାଇଫର ଏକ ଦୃଶ୍ୟ । ଏହା ସହିତ ଫିଲ୍ମର ଟ୍ରେଲର ୩୦ ମଇକୁ ରିଲଜ ହେବବୋଲି ସେ ସୂଚନା ଦେଇଛନ୍ତି ।

ଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ଅନେକ ପୋଷ୍ଟର ପୂର୍ବରୁ ରିଲିଜ ହୋଇଛି ଏବଂ ସମସ୍ତ ପୋଷ୍ଟରରେ ସଂଜୟ ଦତ୍ତଙ୍କ ଭିନ୍ନ ଭିନ୍ନ ଲୁକକୁ ଦର୍ଶାଯାଇଛି । ରି୍ଲିଜ କରାଯାଇଥିବା ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More