Only for Entertainment

କେବେ ଓଜନ ପାଇଁ ହୋଇଥିଲା ସୋନମଙ୍କ ବ୍ରେକ ଅପ, ଏବେ ଇଣ୍ଡଷ୍ଟ୍ରିର ମୋଷ୍ଟ ଷ୍ଟାଇଲିସ ଦିବା ।

32

ବଲିଉଡ ଆକ୍ଟର ଅନିଲ କପୂରଙ୍କ ଝିଅ ସୋନମ କପୂର ଆଜି  ୩୪ ବର୍ଷରେ ପାଦ ଥାପିଛନ୍ତି। । ନିଜର ଷ୍ଟାଇଲିସ ଲୁକ ଏବଂ ଅନ୍ଦାଜରେ ସମସ୍ତଙ୍କ ମନ କିଣି ନିଅନ୍ତି ଏହି ବଲିଉଡ ସୁନ୍ଦରୀ । ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ସାବରିୟା ମାଧ୍ୟମରେ ସୋନମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ ତାଙ୍କ ଓଜନ କମାଇବା ପାଇଁ ନିର୍ଦ୍ଦେଶକ ସଞ୍ଜୟଲୀଲା ଭସାଂଲୀ ପରାମର୍ଶ ଦେଇଥିଲେ। ସୋନମ ଫିଲ୍ମରେ ଅଭିନୟ କରିବା ଲାଗି ନିଜ ଓଜନ ୩୫ କିଗ୍ରା ପର୍ଯ୍ୟନ୍ତ କମାଇଥିଲେ। ପରେ ବଲିଉଡ୍‌ରେ ରାତାରାତି ସେ ଷ୍ଟାର୍‌ ଡମ୍‌ ହାସଲ କରିଥିଲେ। ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ।

ସୋନମଙ୍କୁ ଦେଖିଲେ ଲାଗେ ତାଙ୍କ ଜୀବନ ସୁବବେଳେ ପର୍ଫେକ୍ଟ ଥିବ । କିନ୍ତୁ ଏହା ଆମର ଭୁଲ ଧାରଣା । ତାଙ୍କ ଜୀବନରେ ମଧ୍ୟ କିଛି ସମସ୍ୟା ଥିଲା । ସିଙ୍ଗାପୁରରେ ପଢୁଥିବା ସମୟରେ ତାଙ୍କ ଓଜନ ଅଧିକ ଥିଲା । ଏହି ସମୟରେ ଓଜନକୁ ନେଇ ତାଙ୍କ ବଏଫ୍ରେଣ୍ଡ ତାଙ୍କର ମଜାକ ଉଡ଼ାଇ କମେଂଟ କଲା, ଯାହାପରେ ସେ ବୁଝିଗଲେଯେ ସେ ବଏଫ୍ରେଣ୍ଡ ତାଙ୍କ ସମ୍ମାନ କରୁନାହିଁ, ତେଣୁ ସେ ବ୍ରେକ ଅପ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More