Only for Entertainment

ପୁଣି ନାମ ବଦଳାଇଲେ ସୋନମ କପୁର, ହଟାଇଦେଲେ ପତିଙ୍କ ସରନେମ ।

24

ଗତ ୨୦୧୮ ମଇ ମାସରେ ଆନନ୍ଦ ଆହୁଜାଙ୍କ ସହିତବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନିଲ କପୁର ଝିଅ ସୋନମ କପୁର । ତାହା ପରେ ପରେ ସେ ସୋସିଆଲ ମିଡିଆରେ ତାଙ୍କ ସରନେମ ବଦଳାଇଥିଲେ ଏବଂ ପତି ଆନନ୍ଦ ଆହୁଜାଙ୍କ ଅନୁସାରେ ସୋନମ କପୁର ଆହୁଜା ଲେଖିଥିଲେ । ଖବର ମୁତାବକ ସେ ଏବେ ସରନେମ ହଟାଇ ଦେଇଛନ୍ତି, କେବଳ ସେତିକି ନୁହେଁ ବରଂ ସେ ନିଜର ସଂପୂର୍ଣ୍ଣ ନାମକୁ ହିଁ ପରିବର୍ତ୍ତନ କରି ଦେଇଛନ୍ତି ।

ସୋନମ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟର ଉଭୟରେ ତାଙ୍କ ନାମ ବଦଳାଇ ଜୋୟା ସିଂ ସୋଲଙ୍କି ରଖିଛନ୍ତି । ସୋନମ ଏବେ ତାଙ୍କ ନୂଆ ଫିଲ୍ମର ପ୍ରସ୍ତୁତି କରୁଛନ୍ତି । ତେବେ ତାଙ୍କ ଆଗାମୀ ଫିଲ୍ମର ନାମ ହେଉଛି ‘ଦ ଜୋୟା ଫ୍ୟାକ୍ଟର’ । ଫିଲ୍ମର ପ୍ରମୋଶନ ପାଇଁ ସୋନମ ତାଙ୍କ ନାମ ବଦଳାଇ ଦେଇଛନ୍ତି । ଫିଲ୍ମରେ ତାଙ୍କ ନାମ ରହିଛି ଜୋୟା ସିଂ ସୋଲଙ୍କି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଶର୍ମା ।

ଫିଲ୍ମର କାହାଣୀ ଅନୁଜା ଶର୍ମାଙ୍କ ପୁସ୍ତକ ଉପରେ ଆଧାରିତ । କହିରଖୁଛୁଯେ ଏହା ପୂର୍ବରୁ ସୋନମ ଫିଲ୍ମ ଏକ ଲଡ଼କୀ କୋ ଦେଖା ତୋ ଏସା ଲଗାରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ସହିତ ସ୍କ୍ରିନ ଶେୟାର କରିଥିଲେ ତାଙ୍କ ବାପା ଅନିଲ କପୁର ଏବଂ ଅଭିନେତା ରାଜକୁମାର ରାଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More