Only for Entertainment

ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ସୋନମ କପୁରଙ୍କ ଲଭ ଷ୍ଟୋରୀ

you tube
0 85

ମସକଲି ଗାର୍ଲ ସୋନମ କପୁରଙ୍କ ବିବାହ ଏବେ ଚର୍ଚ୍ଚାରେ । ଏହା ହେଉଛି ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ । ବଲିଉଡର ଏହି ଗ୍ରାଣ୍ଡ ୱେଡିଂ ମେ’ ୮ରେ ହେବାକୁ ଯାଉଛି । ଏହା ତ ସମସ୍ତଙ୍କୁ ଜଣା ଯେ ସୋନମ ଆନନ୍ଦ ଅହୁଜାଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଆନନ୍ଦ ଦିଲ୍ଲୀର ଜଣେ ବ୍ୟବସାୟୀ ଏବଂ ବଲିଉଡ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । କିନ୍ତୁ ସୋନମଙ୍କ ଲଭଷ୍ଟୋରୀ ବିଷୟରେ କମ ଲୋକେ ଜାଣିଥିବେ ।

sonam-anand-1

ସୋନମଙ୍କ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କର ଦିଲ୍ଲୀର ଜଣେ ବ୍ୟବସାୟୀ । ଦିଲ୍ଲୀରେ ତାଙ୍କର ପାରିବାରିକ ବିଜନେସ୍ ରହିଛି । ରିପୋର୍ଟ ଅନୁସାରେ ଆଜିଠାରୁ ୬ ବର୍ଷ ପୂର୍ବେ ୨୦୧୨ରେ ସୋନମ ଏବଂ ଆନନ୍ଦଙ୍କର ପ୍ରଥମେ ଦେଖା ହୋଇଥିଲା । କିନ୍ତୁ ସେତେବେଳେ ଦୁହିଁଙ୍କ ମଧ୍ୟରେ ଭଲପାଇବା ପରି କିଛି ନଥିଲା । ଏହାପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିବାକୁ ଲାଗିଲା । ଦୁହେଁ ପରସ୍ପରକୁ ଅଧିକ ସମୟ ଦେବାକୁ ଲାଗିଲେ । କେବଳ ଏତିକି ନୁହେଁ ଦୁହେଁ ଏକା ସହିତ ବିଦେଶ ଯାତ୍ରାରେ ମଧ୍ୟ ଯାଉଥିଲେ । ସେହି ସମୟରେ ହିଁ ଆନନ୍ଦ ପ୍ରଥମ ଥର ପାଇଁ ସୋନମଙ୍କୁ ପ୍ରପୋଜ କରିଥିଲେ । ଆଉ ଏହା ସବୁ ଘଟିଥିଲା ୨୦୧୨ରେ ।

sonam-anand

କିନ୍ତୁ ସୋନମ ସେତେବେଳେ ଆନନ୍ଦଙ୍କ ପ୍ରପୋଜାଲକୁ ସ୍ୱିକାର କରିନଥିଲେ ଏବଂ ଏ ବିଷୟରେ ଚିନ୍ତା କରିବା ପାଇଁ କିଛି ସମୟ ମାଗିଥିଲେ । ସେତେବେଳେ ସୋନମ ନିଜ ଆକ୍ଟିଂ କ୍ୟାରିୟର ଉପରେ ଫୋକସ କରୁଥିଲେ । କିନ୍ତୁ ଦୁହିଁଙ୍କ ବନ୍ଧୁତା ପୂର୍ବପରି ରହିଥିଲା । ଏହାପରେ ସୋନମ ଆନନ୍ଦଙ୍କ ପାଇଁ କିଛି ସ୍ପୋଶାଲ ଫିଲ୍ କରିବାକୁ ଲାଗିଲେ ଏବଂ ଆନନ୍ଦଙ୍କ ପ୍ରପୋଜାଲକୁ ସ୍ୱିକାର କରିନେଲେ ।

anand-ahuja-and-sonam-kapoor

ସୋନମ ଅନେକଥରେ ଆନନ୍ଦଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ସାକ୍ଷାତ ମଧ୍ୟ କରିଛନ୍ତି । ସେହିପରି ଆନନ୍ଦଙ୍କୁ ମଧ୍ୟ ସୋନମଙ୍କ ପରିବାର ଲୋକଙ୍କ ସହିତ ଦେଖିବାକୁ ମିଳିଛି । ସୋନମଙ୍କ ଫ୍ୟାମିଲି ଟ୍ରିପରେ ମଧ୍ୟ ଅନନ୍ଦ ନଜର ଆସିଥାନ୍ତି । ଶେଷରେ ୬ ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ ବନ୍ଧରେ ବାନ୍ଧି ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More