Only for Entertainment

ବିବାହ ୪ଦିନ ପୂର୍ବରୁ ସଂଗୀତର ଭିଡିଓ ହେଲା ଲିକ !

ptc panjabi
0 68

ସୋନମ କପୁରଙ୍କ ବିବାହକୁ ପୂରା ବଲିଉଡ ଉତ୍ସାହିତ । ବଡ ବଡ କଳାକାର ସୋନମଙ୍କ ସଂଗୀତରେ ପରଫର୍ମ କରୁଥିବା ନଜର ଆସିଛନ୍ତି । ଗତ ସଂନ୍ଧ୍ୟାରେ ସୋନମଙ୍କୁ ନିଜ ଭାବି ପତି ଆନନ୍ଦ ଆହୁଜାଙ୍କ ସ୍ପଟ କରାଯାଇଥିଲା । ବିବାହର ୪ଦିନ ପୂର୍ବରୁ ଆନନ୍ଦଙ୍କ ସହ ସୋନମ ଏକ କ୍ଲିନିକରେ ପହଂଚିଥିଲେ ।

ସୋନମଙ୍କ ଘରେ ସଂଗୀତ ପାଇଁ ପ୍ରସ୍ତୁତି ଚାଲିଛି । ଶୁକ୍ରବାର ଦିନ ବରୁଣ ଧୱନ, ରଣବୀର ସିଂ, କରଣ ଜୋହର, ଅନୁପମ ଖେର ଏବଂ ଜ୍ୟାକଲିନଙ୍କ ଭଳି ବଡ ଇଙ୍ଗ କଳାକାର ସୋନମଙ୍କ ଘରେ ପହଂଚିଥିଲେ ।


ସେହିଭଳି ସୋନମଙ୍କ କାକା ସଂଜୟ କପୁର ଗାଡିରୁ ଓଲ୍ହାଇ ଭାଙ୍ଗଡା କରିବା ଆରମ୍ଭ କରିଦେଇଥିଲେ ।


ଅନୁମାନ ଲଗାଯାଉଛି ଯେ ଜ୍ୟାକଲିନ ଏବଂ ବରୁଣ ସୋନମଙ୍କ ସଂଗୀତରେ ଡ୍ୟାନ୍ସ କରିବେ । ରଣବୀର ସିଂ ଏବଂ ଅର୍ଜୁନ କପୁର ‘ମାଇ ନେମ ଇଜ ରାମ ଲଖନ’ସଂଗୀତରେ ନୃତ୍ୟ କରିବେ । ଏହାମଧ୍ୟରେ ସଂଗୀତର ଭିଡିଓ କିଛି ସାମ୍ନାକୁ ଆସିଛି । ଏହି ଭିଡିଓରେ ସମସ୍ତ ସଦସ୍ୟ ଏବଂ ଛୁଆମାନଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।


ସମସ୍ତେ ସଲମାନଙ୍କ ଗୀତ ସ୍ୱାଗ ସେ ସ୍ୱାଗତରେ ଡ୍ୟାନ୍ସ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । ସେହିଭଳି ବରୁଣ , ଅର୍ଜୁନ ଏବଂ ରିୟା କପୁର ବିବାହର ଏହି ମୂହୁର୍ତ୍ତକୁ ଏନଜୟ କରୁଥିଲେ । ଆଉ ଏକ ଭିଡିଓରେ କରଣ ଜୋହର ଏବଂ ବରୁଣ ଧୱନ ଅଭ୍ୟାସ କରୁଥିବାର ଭିଡିଓ ବନାଇବାରେ ବ୍ୟସ୍ତଥିଲେ ।


ଏହାବ୍ୟତୀତ ଅନେକ ଭିଡିଓ ମଧ୍ୟ ରହିଛି । ବିବାହକୁ ଆଉ ମାତ୍ର ୪ଦିନ ବାକି ଅଛି । ଏହିକାରଣରୁ ମିଡିଆ ମଧ୍ୟ ସୋନମଙ୍କ ଘର ବାହାରେ ଡେରା ପକାଇ ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More