Only for Entertainment

କାନ୍ସର ରେଡ କାର୍ପେଟରେ ଝଲସିଲେ ନବବଧୂ ସୋନମ, ହାତରେ ଦେଖିବାକୁ ମିଳିଲା ବିବାହର ମେହେନ୍ଦୀ

NewsX IND
0 48

ବଲିଉଡ ଅଭିନେତ୍ରୀ ସୋନମ କପୁର ୮ ମଇରେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଛନ୍ତି । ସୋମବାର ସୋନମ କାନ୍ସର ରେଡ କାର୍ପେଟରେ ନିଜର ପ୍ରଥମ ଆପିୟରାନ୍ସ ଦେଇଛନ୍ତି । ସୋନମ ହ୍ୱାଇଟ ଲେହେଙ୍ଗାରେ ରେଡ କାର୍ପେଟକୁ ଓହ୍ଲାଇଥିଲେ । ଏହି ଲୁକରେ ସୋନମ ଖୁବ ସୁନ୍ଦର ଦେଖାଯାଉଥିଲେ ।

ବିବାହ ପରେ ସୋନମଙ୍କର ଏହା ପ୍ରଥମ କାନ୍ସ ଆପିୟରାନ୍ସ । ସେ ରାଲ୍ଫ ଆଣ୍ଡ ଋସୋଙ୍କ ଡିଜାଇନର ଲେହେଙ୍ଗାକୁ ରେଡ କାର୍ପେଟ ପାଇଁ ପସନ୍ଦ କରିଥିଲେ । ସୋନମ କସମେଟିକ ବ୍ରାଣ୍ଡ ଲେରିୟଲ ପ୍ୟାରିସର ବ୍ରାଣ୍ଡ ଆମ୍ବାସାଡର ଭାବେ ରେଡ କାର୍ପେଟରେ ୱାକ କରିଥିଲେ । ସୋନମ ୮ମ ଥର ପାଇଁ ରେଡ କାର୍ପେଟରେ ନଜର ଆସିଛନ୍ତି ।

ଦେଖନ୍ତୁ ସୋନମଙ୍କ ରେଡ କାର୍ପେଟ ଆପିୟରାନ୍ସର କିଛି ଫଟୋ ଏବଂ ଭିଡିଓ…

 

ସୋନମ ପ୍ରଥମ ଥର ପାଇଁ ଭଉଣୀ ରିୟା କପୁରଙ୍କ ବିନା କାନ୍ସରେ ଯୋଗ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ରିୟାଙ୍କୁ ମିସ କରୁଛନ୍ତି ବୋଲି କହିଛନ୍ତି । ଖବର ଶୁଣିବାକୁ ମିଳିଥିଲା ଯେ ସୋନମ ପତି ଆନନ୍ଦ ଆହୁଜାଙ୍କ ସହିତ କାନ୍ସରେ ନଜର ଆସିବେ । ମାତ୍ର ସୋନମଙ୍କୁ ଏକାକୀ କାନ୍ସରେ ଦେଖିବାକୁ ମିଳିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More