Only for Entertainment

ସାମ୍ନାକୁ ଆସିଲା ସୋନମଙ୍କ ବିବାହର ସମସ୍ତ ଡିଟେଲ୍ସ, ଭାଇରାଲ ହେଲା ବିବାହ କାର୍ଡର ଫଟୋ

The Indian Express
0 67

ଆଜି କାଲି ଚର୍ଚ୍ଚାରେ ସୋନମ୍ କପୁର୍ ଓ ଆନନ୍ଦ ଅହୁଜାଙ୍କ ବିବାହ । ସଭିଙ୍କୁ ଅପେକ୍ଷା ରହିଛି କିପରି ହେବ ବଲିଉଡର ଏହି ଗ୍ରାଣ୍ଡ ୱେଡିଂ । ତେବେ ମେ -୮ ତାରିଖରେ ସୋନମ – ଆନନ୍ଦଙ୍କର ହେବାକୁ ଯାଉଛି ବିବାହ । ଏବେ ସାମ୍ନାକୁ ଆସିଛି ଦୁହିଁଙ୍କ ୱେଡିଂ କାର୍ଡର ଝଲକ । ସୋନମ୍ – ଆନନ୍ଦଙ୍କ ବିବାହ କାର୍ଡ ଏବେ ଇଂଟରନେଟରେ ଭାଇରାଲ୍ ହୋଇଛି ।

sonam-kapoor-wedding

ମେହନ୍ଦୀ, ସଙ୍ଗୀତ, ବିବାହ ଓ ପାର୍ଟି ନାଇଟର ଏହି ନିମନ୍ତ୍ରଣ କାର୍ଡ ସ୍ପଟବୟ ୱେବ୍ ସାଇଟରେ ଅପଲୋଡ୍ କରାଯାଇଛି । ୭ ମେ’ ଅପରାହ୍ନ ୪ଟାରେ ମେହନ୍ଦି ସେରିମନି ଅନୁଷ୍ଠିତ ହେବ । ଏହି ସମାରୋହ ସୋନମ କପୁରଙ୍କ ଘରେ ହେବ । ବିବାହ ୮ ମେ ସକାଳ ୧୧ ଟାରେ ରୁ ୧୨.୩୦ ଯାଏଁ ହେବ । ଏହି ବିବାହ ‘ରକଡେଲ’ ବଙ୍ଗଳାରେ ଅନୁଷ୍ଠିତ ହେବ । ଆଉ ବିବାହ ପରେ ରିସେପସନ୍ ମେ ୮ ରାତି ୮ରୁ ‘ଦ ଲୀଲା’ରେ ଆରମ୍ଭ ହେବା ନେଇ ସୋନମ୍ ଓ ଆନନ୍ଦଙ୍କ ନିମନ୍ତ୍ରଣ କାର୍ଡରେ ଉଲ୍ଲେଖ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More