Only for Entertainment

ମୁନ୍ନା ଭାଇ୩ରେ କାମ କରିବା ଲାଗି ଏଭଳି ସର୍ତ ରଖିଲେ ସୋନମ !

63

ରାଜକୁମାର ହିରାନୀ ନିଜର ସୁପରହିଟ୍‌ ଫିଲ୍ମ ‘ମୁନ୍ନା ଭାଇ’ର ତୃତୀୟ ଭାଗ ନିର୍ମାଣ କରିବା ନେଇ ଘୋଷଣା କରିଛନ୍ତି । ଫିଲ୍ମରେ ସର୍କିଟ ଚରିତ୍ରରେ ନଜର ଆସି ସାରିଥିବା ଅଭିନେତା ଅର୍ସଦ ଓ୍ଵାର୍ସି ଏହାର ସୂଚନା ସମସ୍ତଙ୍କୁ ଦେଇଛନ୍ତି । ଏହାର ତୃତୀୟ ଭାଗରେ ଅର୍ସଦ ଓ୍ଵାର୍ସି ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଥିବା ବେଳେ ଏହି ଫିଲ୍ମରେ ସୋନମ କପୁରଙ୍କୁ କାଷ୍ଟ କରାଯିବ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସୋନମ କପୁର ଫିଲ୍ମ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିଜେ ସୋନମ କପୁର ।


ସୂଚନା ମୁତାବକ,ସୋନମ କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଏକ୍‌ ଲଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ପ୍ରମୋସନ ସମୟରେ ତାଙ୍କୁ ମୁନ୍ନା ଭାଇ ଫିଲ୍ମରେ ଅଭିନୟ କରିବା କଥାକୁ ନେଇ ହେଉଥିବା ଚର୍ଚ୍ଚାକୁ ଉପରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି,ଯାହାବି ଚର୍ଚ୍ଚା ହେଉଛି ସେ ସବୁ ମିଛ । ମୁଁ ‘ମୁନ୍ନା ଭାଇ-୩’ରେ ନିଶ୍ଚୟ କାମ କରିବାକୁ ପସନ୍ଦ କରିବି । କିନ୍ତୁ ଗୋଟେ ସର୍ତ୍ତରେ । ଯଦି ଫିଲ୍ମର ନାଁ ‘ମୁନ୍ନୀ ବେହେନ’ ହେବ ତେବେ ଯାଇ ମୁଁ ଫିଲ୍ମରେ କାମ କରିବି ବୋଲି ସୋନମ କପୁର କହିଥିଲେ । ଏବେ ସଞ୍ଜୟ ଦତ୍ତ ଏବଂ ନିର୍ଦ୍ଦେଶକ ସୋନମଙ୍କ ଏହି ଇଚ୍ଛା ପୂରଣ କରୁଛନ୍ତି କି ନାହିଁ,ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More