Only for Entertainment

କାହିଁକି ପତି ଆନନ୍ଦଙ୍କ ସରନେମ ଆପଣାଇଲେ ସୋନମ କପୁର?

aajtak
0 45

ଚଳିତ ଦିନ ମାନଙ୍କରେ ନାମକୁ ନେଇ ବିଭିନ୍ନ ପରିବର୍ତ୍ତନ ଦେଖାଯାଉଛି । ପ୍ରତ୍ୟେକ ଝିଅ ନିଜ ନାମ ଓ ସରନେମ ସହିତ ପତିଙ୍କ ସରନେମକୁ ସଂଯୋଗ କରୁଛନ୍ତି । ଏହା ମଧ୍ୟ ସୋନମ କପୁରଙ୍କ ନିକଟରେ ଦେଖିବାକୁ ମିଳିଛି । ତେବେ ଏଭଳି କରିବାର କାରଣ କହିଛନ୍ତି ସୋନମ ।

ସୋନମ ଏବଂ ଆନନ୍ଦ ଲମ୍ବା ସମୟ ଧରି ସଂପର୍କରେ ଥିଲେ । ତାଙ୍କୁ ଏହି ନିଷ୍ପତ୍ତି ନେବା ପାଇଁ ବହୁ ସମୟ ଲାଗିଥିଲା । ତେବେ ସୋନମଙ୍କ ମତରେ ଏହା ତାଙ୍କର ପସନ୍ଦ ଥିଲା,ତେଣୁ ସେ ଆନନ୍ଦଙ୍କ ସରନେମ ଆହୁଜାକୁ ନିଜ ନାମରେ ଯୋଡ଼ିଛନ୍ତି । ସେ ଏବେ ସୋନମ କପୁରରୁ ସୋନମ କପୁର ଆହୁଜା ହୋଇଯାଇଛନ୍ତି ।

ସୋନମ ଏହା ମଧ୍ୟ କହିଛନ୍ତିଯେ ଯଦି ଲୋକ ଫେମିନିଜମ କନ୍ସେପ୍ଟ ବୁଝୁନାହାଁନ୍ତି ତେବେ ତାଙ୍କୁ ଅନଲାଇନରେ ଏହା ବିଷୟରେ ପଢିବା ଉଚିତ । ଲୋକ କେମିତି ଜାଣିଲେଯେ ଆନନ୍ଦ ତାଙ୍କ ନାମ ବଦଳାଇ ନାହାଁନ୍ତି ।

ବାସ୍ତବରେ ସୋନମ ସୋସିଆଲ ମିଡିଆରେ ଯେତେବେଳେ ତାଙ୍କ ନାମ ସହିତ ଆହୁଜା ଲେଖିଥିଲେ କେତେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ । ଫେମିନିଜକୁ ସପକ୍ଷ କରିବାକୁ ନେଇ ପ୍ରଶ୍ନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More