Only for Entertainment

କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଲେ ‘ଚମ୍ବଲ ର ଡାକୁ’, ସାମ୍ନାକୁ ଆସିଲା ଫଟୋ !

42

ବଲିଉଡ ଅଭିତୋ ସୁଶାନ୍ତ ସିଂ ରାଜପୁତ ଏବଂ ଭୂମି ପେଡନେକର କିଛି ଦିନ ହେବ ଫିଲ୍ମ ସୋନ ଚିଡିଆର ପ୍ରମୋସନରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ତେବେ ନିଜ ଫିଲ୍ମର ପ୍ରମୋସନ ପାଇଁ ସେ କପିଲ ଶର୍ମାଙ୍କ ସେଟରେ ପହଂଚିଥିଲେ । ସୁଟ ପୂରା ହେବା ପରେ କପିଲ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଫଟୋ ଶେୟାର କରି ଲେଖିଛନ୍ତି – ଡୋନ୍ଟ ମିସ ଦ ଫନ ! ଆଜି ରାତି ୯ଟାରେ । ଏହି ଶୋ’ରେ ସୁଶାନ୍ତ ଏବଂ ଭୂମିଙ୍କ ବ୍ୟତୀତ ଫିଲ୍ମର ପୂରା ଟିମ କାଷ୍ଟ ସେଟରେ ଥିଲେ । ସମସ୍ତେ ଖୁବ ମସ୍ତି କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଆଜିର ଏପିସୋଡରେ ଅର୍ଚ୍ଚନା ପୁରନ ସିଂ ମଧ୍ୟ ଜର ଆସିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ସୋନ ଚିଡିଆ’ ଫିଲ୍ମ ଅଭିଶେକ ଚୌବେ ନିର୍ଦ୍ଦେଶନା ଦେଇଛନ୍ତି । ଡାକୁ ମାନ ସିଂ ଗ୍ୟାଙ୍ଗର କାହାଣୀ ଏଥିରେ ଦୃଶାୟନ ହୋଇଛି । ସୋନଚିଡିଆ ମଧ୍ୟପ୍ରଦେଶର ବିହଡୋଁରେ ସୁଟ କରାଯାଇଛି । ଏହି ଫିଲ୍ମ ୧ମାର୍ଚ୍ଚରେ ରିଲିଜ କରାଯିବ ।

ଫିଲ୍ମର ମ୍ୟୁଜିକ ଭାର ତୁଲାଇଛନ୍ତି ବିଶାଲ ଭରଦ୍ୱାଜ ଏବଂ ରୋନି ସ୍କୃବାଲା ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି । ଫିଲ୍ମରେ ଆଶୁତୋଷ ରାଣା ପୁଲିସ ଅଫିସର ଭୂମିକା ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More