Only for Entertainment

ଦର୍ଶକଙ୍କ ପାଇଁ ଖୁସି ଖବର ଆଣିଲେ ସଲମାନ । ନିଜେ ଲେଖିଲେ ରେସ ଥ୍ରି ପାଇଁ ଗୀତ ।

bollywood tadka
0 39

ବଲିଉଡ ଅଭିନେତା ସଲମାନ ଖାନ ସଫଳତାର ଶୀଖରରେ ପାଦ ଦେଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ନିକଟରେ ରେସ ଥ୍ରି ପାଇଁ ସେ ନିଜେ ଏକ ଗୀତ ଲେଖିଥିବା ସୂଚନା ମିଳିଛି ।

ସଲମାନ ସେହି ଗୀତକୁ ସମସ୍ତଙ୍କ ସାମ୍ନାରେ ଶୁଣାଇଥିବା କଥା ମଧ୍ୟ କୁହାଯାଉଛି । ଫିଲ୍ମର ନିର୍ମାତାଙ୍କୁ ଏହି ଗୀତ ଭଲ ଲାଗିଛି ଏବଂ ସେ ଫିଲ୍ମରେ ଗୀତଟିକୁ ନେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛିଯେ ଫିଲ୍ମରେ ସଲମାନଙ୍କ ନାମ ପରଦାରେ ଏକ ଗୀତିକାର ଭାବରେ ନିଆଯିବ । ଏହା ଏକ ରୋମାଂଟିକ ଗୀତ । ଏହି ଗୀତଟି ଫିଲ୍ମରେ ଶେଷ ଦୃଶ୍ୟ ପାଖା ପାଖି ରହିବ । ଏହି ଗୀତକୁ ରେମୋ ଡିସୁଜା କୋରିଓଗ୍ରାଫି କରିବେ ଏବଂ କମ୍ପୋଜ ବିଶାଲ ମିଶ୍ରା କରିବେ ।

ଖବର ଅନୁସାରେ କିଛି ସମୟ ପୂର୍ବରୁ ସଲମାନ ଏହି ଗୀତକୁ ରେକର୍ଡ଼ିଂ କରିଛନ୍ତି । ଏହା ପୂର୍ବରୁ ସଲମାନ ହ୍ୟାଙ୍ଗ ଓଭର ଏବଂ ମେଁ ତେରା ହିରୋରେ ଗୀତ ଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More